www.samajalive.in
Saturday, December 13, 2025
21.1 C
Bhubaneswar

ବିଚିତ୍ର ବ୍ୟବସ୍ଥା : କରୋନା ଯତ୍ନ କେନ୍ଦ୍ରରୁ ହତ୍ୟା ଅଭିଯୁକ୍ତ ଫେରାର !

ବଲାଙ୍ଗିର : ବଲାଙ୍ଗିର ଲର୍କିପାଲି ସ୍ଥିତ କୋଭିଡ ଯତ୍ନ କେନ୍ଦ୍ର(ସିସିସି)ରୁ ଜଣେ କରୋନା ସଂକ୍ରମିତ ତଥା ହତ୍ୟା ଅଭିଯୁକ୍ତ ଫେରାର ହୋଇ ଯାଇଛି। ସଦର ଥାନାର କୁଶମେଲ ଗାଁର ଚନ୍ଦ୍ରଶେଖର କରଚେଲଙ୍କୁ ହତ୍ୟା କରି ବସ୍ତାରେ ପୂରାଇ ସାନ ଭାଇ ନୀରଜ କରଚେଲ ଫିଙ୍ଗି ଦେଇଥିଲା। ଗତ ୫ ତାରିଖରୁ ଚନ୍ଦ୍ରଶେଖର ନିଖୋଜ ଥିବା ପରିବାର ଲୋକେ କହିଥିଲେ। ଏହାର କିଛି ଦିନ ତଳେ ଭୀମଡୁଙ୍ଗରୀ ପାହାଡ ନିକଟରେ ମୃତ ଦେହ ପଡିଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ସମ୍ପତିକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସାନ ଭାଇ ନୀରଜ କରଚେଲକୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା। ଆଉ ଏହି ହତ୍ୟାକାଣ୍ଡ ସେ କେମିତି ଭିଆଇଥିଲା ସେ ସଂପର୍କରେ ପୁଲିସକୁ କହିଥିଲା। ପୁଲିସ ହତ୍ୟା ମାମଲା ସହ ଅନ୍ୟ ଦଫାରେ ମାମଲା ରୁଜୁ କରିଥିଲା। କିନ୍ତୁ ଗିରଫ ନୀରଜ କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ଲର୍କିପାଲି ସ୍ଥିତ କୋଭିଡ ଯତ୍ନ କେନ୍ଦ୍ର(ସିସିସି)ରେ ରଖାଯାଇଥିଲା। ତେବେ ହତ୍ୟା ଅଭିଯୁକ୍ତ ନୀରଜ ଚତୁରତାର ସହ କୋଭିଡ ଯତ୍ନ କେନ୍ଦ୍ରରୁ ବାହାରି ଗାଁକୁ ପଳାଇଥିବା ଜଣାପଡିଛି।
ଗାଁ ଲୋକେ ଗୁରୁବାର ନୀରଜକୁ ଘରେ ଦେଖି ତାଜୁବ ହୋଇଥିଲେ। ସେହିପରି ସିସିସିରୁ ନୀରଜ ପଳାଇ ଯାଇଥିବା ନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି। ଏସଂପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୁଫୋନ୍‍ ବାଗଙ୍କୁ ଯୋଗାଯୋଗ କରାଯାଇଥିଲେ ବ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଜଣେ ହତ୍ୟା ଅଭିଯୁକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବା ବଦଳରେ ଏଭଳି କୋହଳ ମନୋଭାବ ଅବଲମ୍ବନ କରାଗଲା ତାହା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି? ସେହିପରି ନୀରଜ ଘରକୁ ପଳାଇବାକୁ କେମିତି ସାହାସ କଲେ ତାହା ବି ଆଶ୍ଚର୍ଯ୍ୟ ଲାଗୁଛି। ସିସିସିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନିନ୍ଦା କରାଯାଉଥିବା ବେଳେ କିଏ, ପ୍ରକୃତ କାରଣ କ’ଣ ଓ କେମିତି ଜଣାପଡିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories