www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଭାବିତ ପିଲାଙ୍କୁ ପୁନଃପରୀକ୍ଷା ପାଇଁ ସୁଯୋଗ

ଭଗବତୀ ମହାବିଦ୍ୟାଳୟରେ +୨ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ

ଭୁବନେଶ୍ୱର  : କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ଏକ୍ସରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ବାଣିଜ୍ୟ ରେଗୁଲାର ପରୀକ୍ଷାର୍ଥୀଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାର ଏହି ପ୍ରସଙ୍ଗରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ତଦନ୍ତ ରିପୋର୍ଟ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୯ରେ ପ୍ରଭାବିତ ହୋଇଥିବା ୧୭ଜଣ ଛାତ୍ରଛାତ୍ରୀଙ୍କୁ ପୁନଃପରୀକ୍ଷା ସୁଯୋଗ ଦେବା ଏବଂ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଲାଗି ସିମିଲାର୍‌ ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ସେମାନେ ପୂର୍ବାହ୍ନ ୧୦ଟାରୁ ଦିନ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଇପାରିବେ। ମାର୍ଚ୍ଚ ୮ରେ ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ ମାତୃଭାଷା ଓଡ଼ିଆ ପରୀକ୍ଷା ପାଇଁ ନିୟୋଜିତ ଅଧିକାରୀ କେଉଁ ପରିସ୍ଥିତିରେ ଏଭଳି ତ୍ରୁଟି କରିଥିଲେ ତାହା ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସତ୍ୟଜିତ୍‌ ଦାସମହାପାତ୍ର, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ପରୀକ୍ଷା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୁଧବାର ଯୁକ୍ତ ଦୁଇ କଳା ଇତିହାସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦କପି କରି ଧରାପଡ଼ିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories