www.samajalive.in
Saturday, December 6, 2025
19.1 C
Bhubaneswar

କୋଭିଡ୍ ନିୟମ ଉଲ୍ଲଙ୍ଘନ: ରାଜ୍ୟରେ ୭୧ ମାମଲା ସହ ୨୬୯ ଗିରଫ; ଅମାନିଆଙ୍କଠାରୁ ଜରିମାନା ଆଦାୟ ୨କୋଟି ୮୦ଲକ୍ଷ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୭୧ଟି ମାମଲା ରୁଜୁ ହୋଇଥିବାବେଳେ ୨୬୯ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୩୦୦ ଗାଡ଼ି ଜବତ ହୋଇଛି। ସେହିପରି କୋଭିଡ ନିୟମ ଉଲ୍ଲଙ୍ଘନକାରୀ ଅମାନିଆଙ୍କଠାରୁ ୨କୋଟି ୮୦ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ଆଜି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଆମର ଉଦେଶ୍ୟ ଲୋକଙ୍କ ସଚେତନ କରିବା। ଲୋକ ଗହଳି କରନ୍ତୁ ନାହିଁ। କଟକ ଓ ଭୁବନେଶ୍ବରରେ ବଜାରକୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକେ ବଜାରକୁ ଯାଇପାରିବେ ଏବଂ ଅତ୍ୟାବଶ୍ୟକ କିଣିପାରିବେ। ଏହାସତ୍ତ୍ବେ କିଛି ଲୋକ ଅମାନିଆ ହୋଇ ବଜାରରକୁ ଆସୁଛନ୍ତି। ତେଣୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।
ତାଲାବନ୍ଦ ସମୟରେ ପ୍ରାତଃ ଭ୍ରମଣ, ସାନ୍ଧ୍ୟ ଭ୍ରମଣ, ସାଇକଲ ଚଳାଇବା ଆଦିକୁ ନିଷେଧ କରାଯାଇଛି। ରାସ୍ତା ଉପରେ ଚଲାବୁଲା କରିବା ଓ ସାଇକଲ ଚଳାଇବା ମନା। କିଛି ଲୋକ ତାଲାବନ୍ଦ ସମୟରେ ଏସବୁ କରୁଥିବା ଦେଖିବାକୁ ମିଳୁଛି। ଯାହା କୋଭିଡ୍‌ ଗାଇଡ୍‌ଲାଇନର ଉଲ୍ଲଙ୍ଘନ। ଲକ୍‌ଡାଉନ୍‌ର ଉଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନ କରିବା। ତେଣୁ ତାଲାବନ୍ଦ ସମୟରେ ପ୍ରାତଃ ଭ୍ରମଣ, ସାନ୍ଧ୍ୟ ଭ୍ରମଣ, ସାଇକଲ ଚଳାଇବା ଆଦି ନ କରିବାକୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆହ୍ବାନ ଦେଇଛନ୍ତି। ପୁଲିସ ଜନସାଧାରଣଙ୍କ ବନ୍ଧୁ। ତେବେ ଆଇନ ଅମାନ୍ୟକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ କହିଛନ୍ତି।

- Advertisement -

କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କୁ ଆଇନ ଶୃଙ୍ଖଳା ଏଡିଜି ଯଶୱନ୍ତ ଜେଠ୍‌ୱାଙ୍କ କଡ଼ା ଚେତାବନୀ ଦେଇଛନ୍ତି। ଶ୍ରୀ ଜେଠ୍‌ୱା କହିଛନ୍ତି ଯେ କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଘରୋଇ ଡାକ୍ତରଖାନା ଅଧିକ ଅର୍ଥ ନେଉଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଏସବୁ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ବାଡ୍‌ ଗଠନ ହୋଇଛି।
ସେହିପରି ଭୁବନେଶ୍ବର ଡିସିପି ଡ. ଉମାଶଙ୍କର ଦାଶ ଓ କଟକ ଡିସିପି ପ୍ରଦୀପ ସିଂହ କରୋନା ସଚେତନତା ନେଇ ମନ୍ତବ୍ୟ ରଖିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories