www.samajalive.in
Saturday, December 6, 2025
19.1 C
Bhubaneswar

ଟୋକନ ଅବଧି ଓ କାଳ ବୈଶାଖୀର ପ୍ରଭାବରେ ଚାଷୀ ହନ୍ତସନ୍ତ

ରେଙ୍ଗାଲି କ୍ୟାମ୍ପ : ଆଜି କରୋନା କଟକଣା ଜନିତ ତାଲାବନ୍ଦରେ ଚାଷୀଙ୍କ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ଗୋଟେ ପଟେ କରୋନା ଆଉ ଗୋଟେ ପଟେ ସରକାରଙ୍କ ନୀତିନିୟମ।ଏବେ ତାଲାବନ୍ଦକୁ କାଳବୈଶାଖୀ ର ତାଣ୍ଡବ ଲୀଳା। ତାଲାବନ୍ଦ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ବାହାରୁ ଶ୍ରମିକ ଆସିପାରୁ ନାହାନ୍ତି, କରୋନା ଭୟରେ ଆଉ ସ୍ଥାନୀୟ ଶ୍ରମିକ ଅଞ୍ଚଳ ପାଇଁ ଯଥେଷ୍ଟ ହୋଇପାରୁନାହିଁ। ତେଣୁ ଧାନ ଅମଳ ମନ୍ଥର ଗତିରେ ଚାଲିଛି। କେଉଁଠି ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କୋଉଠି ଖଳାରେ ।
ଏବେ କାଳବୈଶାଖୀ ର ପ୍ରଳୟରେ ଧାନ ଭିଜିଯାଇ ଗଜା ମରିଲାଣି। ଅତାବିରା ବ୍ଲକ ଜାଙ୍ଗେଡ ପଞ୍ଚାୟତ ର ହଳଦୀ ଟିକ୍ରା ରେ ଇ ଏଙ୍କଟ ରାଓଙ୍କ ୫ଏକର, ଇ ରାମବାବୁଙ୍କ ୩ଏକର,ବାସୁ ପ୍ରଧାନ ଙ୍କ ୭ଏକର, ଇ ଦେଟି ଏଙ୍କଟେଶ୍ୱର୍ ରାଓ ଙ୍କ ୫ଏକର ର ଧାନ ବିଲରେ ଗଜା ହୋଇଯାଇଛି । ସେମାନେ ୧୦୧, ୫୨ଶ ଏକତରିସ,ଏଗାର ସହ ତେପନ ଓ ୧୦୦୧ କିସମର ଧାନ କରିଛନ୍ତି । ଯେଉଁ ଧାନ କଟାହୋଇ ନାହିଁ ତାହା ପବନରେ ପରସ୍ପର ଦେହରେ ବାଡେଇ ହୋଇ କେଣ୍ଡାରୁ ହିଁ ଧାନ ଝଡିଯାଇ ନଷ୍ଟ ହୋଇଯାଇଛି। ଅନ୍ୟ ପକ୍ଷରେ ଧାନ ବିକ୍ରୟ ପାଇଁ ସରକାରୀ ନିୟମ ରହିଛି ଯେ ଟୋକନ ପାଇବାର ୧୫,ଦିନ ଭିତରେ ନିଜର ସମସ୍ତ ଧାନ ବିକ୍ରି କରିବେ ।ଯାହା ଅନ୍ୟ ବର୍ଷ ଗୁଡିକରେ ଚାଷୀ ମାନେ ଥରକୁ ଥର ତାଙ୍କର ଧାନ ଆଣି ବିକ୍ରୟ କରୁଥିଲେ ନିର୍ଦ୍ଧାରିତ ପରିମାଣ ଅନୁଯାୟୀ କିନ୍ତୁ ଏଠାରେ ଏକସଙ୍ଗେ ସମୂହ ଧାନ ନ ହେଲେ ମାର୍କେଟ ରେ ଧାନ ଏଣ୍ଟ୍ରି କରାଯିବ ନାହିଁ। ତେବେ ଚାଷୀ ମାନେ ବଡ ଅସୁବିଧାରେ ପଡ଼ିଛନ୍ତି।
ସମୟ ଅବଧିରେ ଶ୍ରମିକ ଅଭାବରୁ ଧାନ ଅମଳ ହୋଇ ନ ପାରିଲେ କେମିତି ତାଙ୍କର ଧାନ ସବୁ ବିକ୍ରି କରିପାରିବେ। ଏବେ ମିଲର୍ସ ମାନେ କହୁଛନ୍ତି ପୁରୁଣା ଧାନ ଆମ ପାଖରେ ଅଛି ତେଣୁ ଉନ୍ନତ ମାନର ଧାନ ନ ହେଲେ କିଣିବେ ନାହିଁ। ଅନ୍ୟ ବର୍ଷ ମାନଙ୍କରେ ଧାନ ଅମଳ ପାଇଁ ଏକର ପିଛା ୬୦୦୦ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ତାହା ୭୦୦୦ କୁ ବୃଦ୍ଧି ପାଇଛି।  ପୁଣି ବର୍ଷାରେ ଧାନ ଯେମିତି ନଷ୍ଟ ହୋଇଛି ଚାଷୀ ମାନଙ୍କର କ୍ଷତି ହେବ। ଏକର ପିଛା ଚାଷ ପାଇଁ ହାରାହାରି ୨୮୦୦୦ ପର୍ୟ୍ୟନ୍ତ ଖର୍ଚ୍ଚ ହେଉଛି କିନ୍ତୁ ବହୁବିଧ କାରଣରୁ ଆଶାନୁରୂପ ଲାଭ ମିଳୁ ନାହିଁ। ତେଣୁ ଚାଷୀଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ସରକାରୀ ନିୟମ ରେ କୋହଳ ତଥା ଚାଷ ବୀମା ପ୍ରତି ଉଦାର ମନୋଭାବ ପୋଷଣ କରିବା ପାଇଁ ଚାଷୀ ମାନେ ଦାବି ଜଣାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories