www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧ଟା ସୁଦ୍ଧା ମୁଖ୍ୟ ଖବର (୧୩ ମେ ୨୦୨୧)

ଦେଶ/ବିଦେଶ ଖବର
– କରୋନାରେ ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ‘ହାପି ହାଇପୋକ୍ସିଆ’। ଏହାଦ୍ବାରା ରୋଗୀ ଶରୀରରେ ହଠାତ୍‌ ଅମ୍ଳଜାନ ସ୍ତର ହ୍ରାସ ପାଉଛି ଏବଂ ଗୁରୁତର ହୋଇ ମୃତ୍ୟୁମୁଖରେ ପଡ଼ୁଛି।

– ଇସ୍ରାଏଲ ପ୍ରତି ଦୃଢ ସମର୍ଥନ ଜଣାଇଲା ଆମେରିକା । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ନିଜକୁ ସୁରକ୍ଷା ଦେବା ଅଧିକାର ଇସ୍ରାଏଲର ରହିଛି ଆମେରିକା କହିଛି।

- Advertisement -

– ଦେଶରେ ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭,୦୩,୬୬୫କୁ ବୃଦ୍ଧି
– ୨୪ ଘଂଟାରେ ଦେଶରେ ୪,୧୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨,୫୮,୩୧୭
– ପାଣିରୁ ମଣିଷ ଶରୀରକୁ କରୋନା ଭୂତାଣୁ ବ୍ୟାପେ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ, ତେବେ ସେହି ପ୍ରଦୂଷିତ ପାଣି ପିଇଲେ କିମ୍ବା ସେଥିରେ ଗାଧୋଇଲେ ପେଟ ଏବଂ ଚର୍ମ ରୋଗ ସମ୍ଭାବନା ରହିଛି
– ଚତୁଃରାଷ୍ଟ୍ରୀୟ ‘କ୍ୱାଡ’ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ ବୋଲି କହିଛି ଚୀନ
– ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗିଲା ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ଫଳକ
– ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ
– ଟିକା ଅଭାବ ଦୂର ପାଇଁ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ୍‍ ଇନଷ୍ଟିଚ୍ୟୁଟ ସହିତ ଆଲୋଚନା କଲା କେନ୍ଦ୍ର, ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ବୃଦ୍ଧି ସୂଚନା
– ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହଗୁଡିକୁ ଟ୍ୟାପ୍‍ ପାଣି ଯୋଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟ ଖବର
– ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି।

-କୋଭିଡ ନିୟମ ଉଲ୍ଲଂଘନ ପାଇଁ ରାଜ୍ୟରେ ୨୪ ଘଣ୍ଟାରେ ୨୦,୪୭,୯୯୦ ଟଙ୍କା ଜରିମାନା ଆଦାୟ, ୧୭ ଜଣ ଗିରଫ

– ରାଜ୍ୟରେ ଆଜି ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି
– ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଥିବା ଟ୍ରାଇର ସୂଚନା

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories