www.samajalive.in
Wednesday, December 10, 2025
18.1 C
Bhubaneswar

‘ହାପି ହାଇପୋକ୍ସିଆ’; କରୋନା ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ନୂଆ ବିପଦ

ଯୁବପିଢ଼ି କରୋନା ଭୂତାଣୁରେ ସଂକମ୍ରିତ ହେଉଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି। ତେବେ ହଠାତ୍‌ ଶରୀରରେ ଅମ୍ଳଜାନ ସ୍ତର କମିଯାଉଛି, ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଉଛନ୍ତି ଏବଂ ରୋଗୀର ଗୁରୁତର ଅସୁସ୍ଥ ହୋଇପଡ଼ୁଛି। କେତେକ କ୍ଷେତ୍ରରେ ମୃତ୍ୟୁ ବି ଘଟୁଛି। କରୋନା ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ଏପରି ନୂଆ ବିପଦ ସାଜିଛି ‘ହାପି ହାଇପୋକ୍ସିଆ’।

କରୋନା ମହାମାରୀ ପ୍ରଥମେ ଆସିବା ସମୟରେ ଅଳ୍ପ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା। ଯେପରିକି ଥଣ୍ଡା, ଜ୍ଵର, କାଶ, ତଣ୍ଟି ଦରଜ ହେବା ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା। କିନ୍ତୁ ଧୀରେ ଧୀରେ ନୂଆ ନୂଆ ଲକ୍ଷଣ ରୋଗୀଙ୍କଠାରେ ଦେଖିବାକୁ ମିଳୁଛି। ଏଥିରେ ଆକ୍ରାନ୍ତ ମଣିଷ ଗନ୍ଧ ବାରିବାର ଶକ୍ତି ହରାଉଛନ୍ତି, ସ୍ବାଦ ଅନୁଭବ କରିପାରୁ ନାହାନ୍ତି, ଝାଡ଼ାବାନ୍ତିର ଶିକାର ହେଉଛନ୍ତି। କିନ୍ତୁ ଏବେ ‘ହାପି ହାଇପୋକ୍ସିଆ’ ବା ‘ସାଇଲେଣ୍ଟ ହାଇପୋକ୍ସେମିଆ’ ଭଳି ଲକ୍ଷଣ ଦେଖିବାକୁ ମିଳିଛି। ଖାସ କରି ଯୁବପିଢ଼ି ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି।

- Advertisement -

ହାପି ହାଇପୋକ୍ସିଆ କ’ଣ ?

କରୋନାର ୨ୟ ତରଙ୍ଗରେ ଏହି ଲକ୍ଷଣ ଅଧିକାଂଶ ଯୁବପିଢ଼ିଙ୍କ ନିକଟରେ ଦେଖିବାକୁ ମିଳୁଛି। ହାଇପୋକ୍ସିଆ ଅର୍ଥ ହେଉଛି ରକ୍ତରେ ଅମ୍ଳଜାନ ସ୍ତର ହ୍ରାସ ପାଇବା। ରକ୍ତରେ ଅମ୍ଳଜାନ ହ୍ରାସ ପାଇଲେ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚିପାରି ନ ଥିାଏ। ସାଧାରଣତଃ ମଣିଷ ଶରୀରର ରକ୍ତରେ ଅମ୍ଳଜାନ ସ୍ତର ୯୫% ରହିଥାଏ। କିନ୍ତୁ କୋଭିଡ ରୋଗୀଙ୍କଠାରେ ଏହା ୪୦%କୁ ଖସିଆସିଥାଏ। ଫଳରେ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଉପଯୁକ୍ତ ପରିମାଣରେ ଅମ୍ଳଜାନ ନ ମିଳିଲେ ରୋଗୀର ମୃତ୍ୟୁ ଘଟିଥାଏ। ତେବେ ‘ହାପି ହାଇପୋକ୍ସିଆ’ ଅର୍ଥ ହେଉଛି ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଇବ କିନ୍ତୁ ତାହା ରୋଗୀକୁ ଜଣାପଡ଼ିବ ନାହିଁ। ରୋଗୀ ଏକଦମ ସୁସ୍ଥ ଅନୁଭବ କରୁଥିବ। ସେଥିଲାଗି ଏହାର ନାମ ‘ହାପି ହାଇପୋକ୍ସିଆ’ ରଖାଯାଇଛି। ତେବେ ହାପି ହାଇପୋକ୍ସିଆ କ୍ଷେତ୍ରରେ ରୋଗୀ ଶରୀରରେ ହଠାତ୍‌ ଅମ୍ଳଜାନ ସ୍ତର ହ୍ରାସ ପାଇଥାଏ। ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରେ। ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଯେପରି କି କିଡ୍‌ନୀ, ହୃଦୟ ଆଦି ଅଚାନକ କାମ କରିବା ବନ୍ଦ କରିଦିଏ।

ହାପି ହାଇପୋକ୍ସିଆ କାହିଁକି ଦେଖାଦିଏ ?

ଯୁବପିଢ଼ିଙ୍କ ଶରୀରରେ ଏହି ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର କାରଣ ହେଉଛି ଯୁବପିଢ଼ିଙ୍କ ରୋଗ ପ୍ରତିରୋଧକ ଶକ୍ତି। ଯୁବପିଢ଼ିଙ୍କ ଶରୀରରେ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଥାଏ। ତେଣୁ କରୋନାରେ ସଂକ୍ରମିତ ହେବା ପରେ ସେମାନେ ନିଜକୁ ସୁସ୍ଥ ଅନୁଭବ କରନ୍ତି। କିନ୍ତୁ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଉଥାଏ। ଆରମ୍ଭରୁ ସେମାନେ ଏହା ଜାଣିପାରି ନ ଥାନ୍ତି। ଅମ୍ଳଜାନ ସ୍ତର ବହୁମାତ୍ରାରେ ହ୍ରାସ ପାଇବା ପରେ ହଠାତ ଶରୀରର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ସେମାନେ ଗୁରୁତର ହୋଇପଡ଼ନ୍ତି।

କିପରି ଜାଣିବେ ?

କରୋନାରେ ଆକ୍ରାନ୍ତ ହେଲେ ରୋଗୀଙ୍କୁ ଆଇସୋଲେଶନରେ ରହିବାକୁ ପଡ଼ିଥାଏ। ତେଣୁ ଶରୀରରେ ଅମ୍ଳଜାନ ସ୍ତର କେତେ ରହୁଛି ତାହା ଜାଣିବା ସମ୍ଭବ ହୋଇ ନ ଥାଏ। ସେଥିଲାଗି ସଂକ୍ରମିତଙ୍କ ପାଖରେ ସବୁବେଳେ ପଲ୍‌ସ ଅକ୍ସିମିଟର ରଖିବା ଜରୁରୀ। ଫଳ​‌ରେ ସେମାନେ ନିଜର ହାର୍ଟ ବିଟ୍‌ ସହିତ ରକ୍ତରେ ଅମ୍ଳଜାନ ସ୍ତର ମାପି ପାରିବେ ଏବଂ ଠିକ୍‌ ସମୟରେ ଚିକିତ୍ସା କରାଇପାରିବେ। ଏହାଦ୍ବାରା ରୋଗୀ ହାପି ହାଇପୋକ୍ସିଆରୁ ନିଜକୁ ରକ୍ଷା କରିପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories