www.samajalive.in
Monday, December 8, 2025
13.1 C
Bhubaneswar

ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପସଂସ୍ଥାକୁ ପ୍ରୋତ୍ସାହନ

ଭୁବନେଶ୍ବର: ଦେଶରେ ତରଳ ଅମ୍ଳଜାନ ଅଭାବ ଯୋଗୁଁ କରୋନା ପ୍ରଭାବିତ ରୋଗୀ ସଂଖ୍ୟା ବୃଦ୍ଧି ଉଦ୍‌ବେଗ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଶିଳ୍ପନୀତି-୨୦୧୫ରେ ଆବଶ୍ୟକ ସଂଶୋଧନ କରି ଅନୁପଯୋଗୀ ତାଲିକାରେ ଥିବା ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ସରକାରୀ ପ୍ରୋତ୍ସାହନଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ଏବଂ ପରିବହନ କରୁଥିବା ଟ୍ୟାଙ୍କର ଆଦିକୁ ପ୍ରାଥମିକତା ତାଲିକା ଅନ୍ତର୍ଭୁକ୍ତ କରାଯାଇଛି।

ସରକାରଙ୍କ ଏଭଳି ପଦକ୍ଷେପ ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ଅଧିକ ଉତ୍ସାହିତ କରିବ। ପ୍ରାଥମିକତା ବର୍ଗର ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ରହିଥିବା ରିଆତି ମୂଲ୍ୟରେ ଜମି, ଷ୍ଟାମ୍ପ ଶୁଳ୍କ ଛାଡ଼, ବିଦ୍ୟୁତ ଦେୟ ଛାଡ଼, ରାଜ୍ୟ ଦ୍ରବ୍ୟ ଓ ସେବା କର ଭରଣାର ସୁବିଧା ପାଇପାରିବେ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories