www.samajalive.in
Monday, December 8, 2025
13.1 C
Bhubaneswar

ଚିନ୍ତାଜନକ ଭାରିଆଣ୍ଟ ବି.୧.୬୧୭ “ଭାରତୀୟ ଭାରିଆଣ୍ଟ” ନୁହେଁ : ସରକାର

ନୂଆଦିଲ୍ଲୀ : ବିଭିନ୍ନ ଗଣମାଧ୍ୟମରେ ଏଭଳି କେତେକ ଖବର ପ୍ରକାଶ ପାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ବି.୧.୬୧୭କୁ ଏକ ବିଶ୍ୱସ୍ତରୀୟ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ କରାଯାଇଛି। ଏଥିମଧ୍ୟରୁ କେତେକ ରିପୋର୍ଟରେ ବି.୧.୬୧୭ ଭାରିଆଣ୍ଟ ବିଷୟରେ ଉଲ୍ଲେଖ କରାଯାଇ ଏହାକୁ “ଭାରତୀୟ ଭାରିଆଣ୍ଟ” ଭାବେ ବର୍ଗୀକୃତ କରାଯାଇଛି।

ଗଣମାଧ୍ୟମର ଏପରି ରିପୋର୍ଟ ଭିତ୍ତିହୀନ ଏବଂ ଏହାର କୌଣସି ଆଧାର ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଗଣମାଧ୍ୟମ ଏହାକୁ ଅତିରଞ୍ଜିତ କରି “ଭାରତୀୟ ଭାରିଆଣ୍ଟ” ଆଖ୍ୟା ଦେଇଛନ୍ତି।

- Advertisement -

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ସ୍ପଷ୍ଟ କରିଛି ଯେ ଡବ୍ଲୁଏଚଓ ପକ୍ଷରୁ ପ୍ରକାଶିତ ୩୨ ପୃଷ୍ଠା ବିଶିଷ୍ଟ ଦସ୍ତାବିଜରେ କରୋନା ଭୂତାଣୁର ବି.୧.୬୧୭ ଭାରିଆଣ୍ଟ ସହିତ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ା ଯାଇନାହିଁ। ବାସ୍ତବରେ, ଏହି ମାମଲା ସହ ଜଡ଼ିତ ରିପୋର୍ଟରେ “ଭାରତୀୟ” ଶବ୍ଦର ଉପଯୋଗ ସୁଦ୍ଧା କରାଯାଇନାହିଁ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories