www.samajalive.in
Monday, December 8, 2025
14.1 C
Bhubaneswar

ଗାଜାରେ ୩୫, ଇସ୍ରାଏଲରେ ୫ ମୃତ; ଆକାଶମାର୍ଗରୁ ଜୋରଦାର ଆକ୍ରମଣ

ଗାଜା/ଜେରୁଜେଲମ: ପାଲେଷ୍ଟାଇନର ଆତଙ୍କି ଗୋଷ୍ଠୀ ଏବଂ ଇସଲାମୀୟ ଗୋଷ୍ଠୀ ତେଲ ଆବିବ ଏବଂ ବୀରଶେବା ଉପରେ ଏକାଧିକ ରକେଟ ମାଡ କରିବା ପରେ ଇସ୍ରାଏଲ ବୁଧବାର ପ୍ରତ୍ୟୁଷରେ ଗାଜା ଅଞ୍ଚଳରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି। ରାତିକ ମଧ୍ୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିବା ସହିତ ଉଭୟ ପକ୍ଷ ମଧ୍ୟରେ ବଡଧରଣର ଆକ୍ରମଣ-ପ୍ରତି ଆକ୍ରମଣ ହୋଇଛି, ଯାହା ୨୦୧୪ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏଥିରେ ଗାଜାରେ ଅନ୍ୟୂନ ୩୫ ଜଣ ଏବଂ ଇସ୍ରାଏଲରେ ୫ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ ଉଭୟ ସ୍ଥାନରେ ଅନେକ ଆହତ ହୋଇଛନ୍ତି। ଇସ୍ରାଏଲ ପଟୁ ଆକାଶମାର୍ଗରୁ ଆକ୍ରମଣ ଦ୍ୱାରା ଗାଜା ଅଞ୍ଚଳରେ ଥିବା ଏକ ବହୁତଳ କୋଠା ଧୂଳିସାତ୍‍ ହୋଇଯାଇଥିଲା। ଆଉଏକ କୋଠା ପ୍ରତି ବ୍ୟାପକ କ୍ଷତି ପହଞ୍ଚିଥିବା ଜଣାଯାଇଛି।
ଇସ୍ରାଏଲ କହିଛି ଯେ ଏହାର ୮୦ଟି ଲଢୁଆ ଜେଟ୍‍ ବୁଧବାର ପ୍ରତ୍ୟୁଷରେ ହାମାସ ଗୁଇନ୍ଦା ମୁଖିଆଙ୍କ ଆଡ୍ଡା ଠାବକରି ସେଠାରେ ଆକ୍ରମଣ କରିବାରୁ ଅନେକ ପ୍ରାଣ ହରାଇଛନ୍ତି। ଏଥିସହିତ ହାମାସର ରକେଟ ମାଡ କରାଯାଉଥିବା ସ୍ଥଳ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଇସ୍ରାଏଲର ସାମରିକ ସୂତ୍ରରୁ କୁହାଯାଇଛି। ଦୁଇପକ୍ଷ ମଧ୍ୟରେ ଏଭଳି ବଡଧରଣର ଲଢେଇପରେ ଆନ୍ତର୍ଜାତିକ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଥିବା ଜାତିସଂଘର ଶାନ୍ତି ଦୂତ ଟୋର୍‍ ୱେନେସଲାଣ୍ଡ କହିଛନ୍ତି, ଉଭୟ ପକ୍ଷ ତୁରନ୍ତ ଗୁଳିଗୋଳା ଆକ୍ରମଣ ବନ୍ଦ କରିବା ଦରକାର। ଏହା କ୍ରମଶଃ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଡକୁ ମୁହାଁଉଛି। ଗାଜାରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ବିଧ୍ୱଂସୀକାରୀ ହୋଇଛି ଏବଂ ସାଧାରଣ ଲୋକଙ୍କୁ ତାହାର ମୂଲ୍ୟ ଦେବାକୁ ପଡୁଛି। ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଜାତିସଂଘ ଉଦ୍ୟମ କରୁଥିବା ସେ କହିଛନ୍ତି। ଇତିମଧ୍ୟରେ ହାମାସର ସଶସ୍ତ୍ର ଗୋଷ୍ଠୀ କହିଛି ଯେ ଏହା ବୀରଶେବା ଏବଂ ତେଲ ଆବିବ ଉପରକୁ ୨୧୦ଟି ରକେଟ ମାଡ କରିଛି। ଗାଜା ଅଞ୍ଚଳରେ ଥିବା ଦୁଇଟି ବହୁତଳ କୋଠା ଉପରେ ଇସ୍ରାଏଲୀ ଆକ୍ରମଣ ପ୍ରତିଜବାବରେ ଏହା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories