www.samajalive.in
Wednesday, December 10, 2025
16.1 C
Bhubaneswar

ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମାମଲା ରୁଜୁ କରିଛି। ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରୁଜୁ କରିଥିବା ଦୁର୍ନୀତି ମାମଲାକୁ ଆଧାର କରି ଇଡି ପକ୍ଷରୁ ଆର୍ଥିକ ଅନିୟମିତତା ନରୋଧୀ ଆଇନ (ପିଏମଏଲଏ) ଅଧୀନରେ ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ (ଇସିଆଇଆର) ରୁଜୁ କରାଯାଇଛି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଦେଶମୁଖ ନିଜକୁ ଫାଇଦାରେ ରଖିବା ଲାଗି ପଦବୀର ଅପବ୍ୟବହାର କରି ମୁମ୍ବଇ ପୁଲିସ କର୍ମଚାରୀଙ୍କୁ ପ୍ରଭାବିତ କରିବା ସହିତ ସେମାନଙ୍କ ବଦଳି କରୁଥିବା ନେଇ ପୂର୍ବତନ ମୁମ୍ବଇ ପୁଲିସ କମିଶନର ପରମବୀର ସଂହି ଅଭିଯୋଗ କରିଥିଲେ। ଏ ନେଇ ସିବିଆଇ ଦେଶମୁଖଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଦେଶମୁଖଙ୍କ ନିର୍ଦେଶରେ ମୁମ୍ବଇର ବାର୍‌ ଏବଂ ରେଷ୍ଟୁରାଣ୍ଟଗୁଡ଼ିକଠାରୁ ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିବାରୁ ଇଡି ମାମଲାର ଆର୍ଥିକ ଦିଗ ଉପରେ ତଦନ୍ତ କରିବ ବୋଲି ଏହାର ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୦ରେ ମୁମ୍ବଇର ପୂର୍ବତନ ପୁ-ଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୁଲିସର ଜଣେ କର୍ମଚାରୀ ସଚିନ ୱାଜେଙ୍କୁ ଦେଶମୁଖ ମାସିକ ୧୦୦ ଟଙ୍କା ବଟି ଆଦାୟ କରିବାକୁ ନିର୍ଦେଶ ଦେଇଥିବା ପରମବୀର ସିଂହ ଅଭିଯୋଗରେ ଦର୍ଶାଇଥିଲେ। ଏ ନେଇ ବମ୍ବେ ହାଇକୋର୍ଟରେ ପରମବୀର ମାମଲା ଦାୟର କରିବା ପରେ ହାଇକୋର୍ଟ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories