www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟରେ ଆଉ ୧୦,୬୩୫ କରୋନା ଆକ୍ରାନ୍ତ ଚିହ୍ନଟ; ୧୯ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତକାଲି ଗୋଟିଏ ଦିନରେ ୧୯ ଜଣଙ୍କର ମୃତ୍ୟୁଘଟିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୨୧୮୦ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସୁନ୍ଦରଗଡରୁ ୯୩୪, କଟକ ୮୮୭, ସମ୍ବଲପୁର ୬୪୧, ଅନୁଗୁଳ ୫୫୯, କଳାହାଣ୍ଡି ୪୬୯, ଝାରସୁଗୁଡା ଜିଲାରୁ ୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ବରଗଡରୁ ୪୪୩, ପୁରୀ ୪୩୪, ନବରଙ୍ଗପୁର ୩୩୬, ନୂଆପଡା ୩୨୪, ବଲାଙ୍ଗିର ୩୧୮, ବାଲେଶ୍ୱରରୁ ୩୦୧ ଜଣ ନୂଆ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଯାଜପୁରରୁ ୨୯୦, ଗଞ୍ଜାମ ୨୬୬ ଏବଂ ଷ୍ଟେଟପୁଲରୁ ୨୭୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମୟୁରଭଞ୍ଜରୁ ୧୭୯ ଏବଂ ବଉଦରୁ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁବର୍ଣ୍ଣପୁରରୁ ୧୪୯, ଢେଙ୍କାନାଳ ୧୪୬, ଜଗତସିଂହପୁର ୧୪୦, ଦେବଗଡ ୧୩୭, କୋରାପୁଟ ୧୨୭, କେନ୍ଦ୍ରାପଡା ୧୧୭, ଗଜପତି ୧୦୧, ଭଦ୍ରକ ୧୦୦ଳ, ମାଲକାନଗିରି ୭୯, କନ୍ଧମାଳରୁ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛିଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିବା ସହିତ ମୃତ୍ୟୁସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଘୋଷଣା କରାଯାଇଥିବା ତାଲାବନ୍ଦର ଆଜି ୫ମ ଦିନ। ଏହାକୁ କଡାକଡି ଭାବରେ ପାଳନ କରିବାକୁ ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ରାଜ୍ୟରେ ଦୈନିକ ସଂକ୍ରମଣ ହାର ହ୍ରାସପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories