www.samajalive.in
Sunday, December 14, 2025
19.1 C
Bhubaneswar

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଦିଲ୍ଳୀରେ ସର୍ବଧର୍ମ ପ୍ରାର୍ଥନା ସଭା

ନୂଆଦିଲ୍ଳୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ସୋମବାର ଅର୍ଥାତ ଆସନ୍ତାକାଲି ନୂଆଦିଲ୍ଳୀରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ବିଜେପି ନେତା ଭୁପେନ୍ଦ୍ର ଯାଦବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ନୂଆଦିଲ୍ଳୀରେ ଏବଂ ଆସନ୍ତା ୨୩ ତାରିଖରେ ଲକ୍ଷ୍ନୌରେ ଅନୁରୂପ ଏକ ସର୍ବଧର୍ମ ସଭା ଅନୁଷ୍ଠିତ ହେବ । ଦିଲ୍ଲୀର ପ୍ରାର୍ଥନା ସଭାରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ।ତେବେ ଲକ୍ଷ୍ନୌ ପ୍ରାର୍ଥନା ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବାଜପେୟୀଙ୍କ ସଂପର୍କୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟ ପକ୍ଷରେ ଶ୍ରୀ ଯାଦବ କହିଛନ୍ତି, ବାଜପେୟୀଙ୍କ ଚିତାଭସ୍ମ ଦେଶର ୧୦୦ ପବିତ୍ର ନଦୀରେ ବିସର୍ଜନ କରାଯିବ।। ଏଥିପାଇଁ ଅସ୍ତି କଳସ ଗୁଡିକୁ ସବୁ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ସଦର କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ସଦର କାର୍ଯ୍ୟାଳୟ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ପ୍ରାର୍ଥନା ସଭା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ୯୩ ବର୍ଷ ବୟସରେ ଗତ ଗୁରୁବାର ଦିନ ପରଲୋକ ଗମନ କରିଥିଲେ। ତାଙ୍କ ପରଲୋକରେ ୨୨ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories