www.samajalive.in
Sunday, December 7, 2025
14.1 C
Bhubaneswar

ଟିକାଦାନ କେନ୍ଦ୍ରରେ ଅହେତୁକ ଭିଡ, ସ୍ଥିତି ଅନୁଧ୍ୟାନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ

ଗୁରୁଡିଝାଟିଆ: କରୋନାର ୨ୟ ଲହର ଯେତେ ଅଧିକ କାୟା ବିସ୍ତାର କରୁଛି ଜନସାଧାରଣଙ୍କ ଭିତରେ ଟିକାକରଣକୁ ନେଇ ସେତିକି ଆତୁରତା ଦେଖାଦେଇଛି। ସହଜେ ତ କୋଭିସିଲ୍ଡ ଟିକା ଆବଶ୍ୟକ ମୁତାବକ ଉପଲବ୍ଧ ନାହିଁ। ଏବେ ସୀମିତ ସଂଖ୍ୟକ ଟିକା ଆସୁଥିବାରୁ ଟିକାଦାନ କେନ୍ଦ୍ରରେ ଅହେତୁକ ଭିଡ ଦେଖାଦେଇଛି। ସକାଳୁ ସକାଳୁ ଚିକିତ୍ସାଳୟରେ ଭିଡ ଲାଗୁଛି। ଠେଲାପେଲା ପାଟିତୁଣ୍ଡ ସାଧାରଣ ହୋଇଗଲାଣି । କେହି କେହି ଟିକା ନନେଇ ନିରାଶ ହୋଇ ଫେରୁଛନ୍ତି। ଏହାକେବଳ ୨ୟ ପାନ ଟିକା ନେବାକୁ ଥିବା ଜନସାଧାରଣଙ୍କ ମନର ବ୍ୟଥା। କାହାର ୪୫ଦିନ ବିତିଗଲାଣି ତ ପୁଣି କାହାର ସମୟସୀମା ଅତିକ୍ରାନ୍ତ ହୋଇଗଲାଣି। ଆଜି ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଚିକିତ୍ସାଳୟରେ ଟିକାକରଣ ହୋଇଥିଲା। ଟିକାକରଣ କେନ୍ଦ୍ରକୁ ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଅନୁଧ୍ୟାନ କରିବା ସହିତ ଟିକା ନେବା ପାଇଁ ଅପେକ୍ଷାରତ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ ଟିକା ନେବା ପାଇଁ ବୁଝାଇଥିଲେ। ଅଧର୍ଯ୍ୟ ନହୋଇ ଅପେକ୍ଷା କରିବା ପାଇଁ କହିଥିଲେ। ଯେହେତୁ ଟିକା କମ ରହିଛି ସେଥିପାଇଁ କେବଳ ୪୫ବର୍ଷରୁ ଉର୍ଦ୍ଧ୍ଵ ୨ୟ ପାନ ନେବା ପାଇଁ ଜନସାଧାଣଙ୍କୁ ଦିଆଯାଉଛି। ଡାକ୍ତର ଶ୍ରୀ ଦାସ ଖୁଣ୍ଟୁଣୀ ଚିକିତ୍ସାଳୟରେ ପହଞ୍ଚି ଉପରୋକ୍ତ ମତପ୍ରକାଶ କରିଥିଲେ। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଦଳର ମୁଖ୍ୟ ଆୟୁଷ ଡ।କ୍ତର ଦୀପକ ରାଜ, ରମାକାନ୍ତ ସିହ୍ନା ଅଧିକ୍ଷକ ଡାକ୍ତର ଦାସଙ୍କ ଅନୁଧ୍ୟାନ ବେଳେ ଉପସ୍ଥିତ ଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories