www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣାଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଏକ ଆଲୋଚନା ଚକ୍ର ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ଏହି ସଭାରେ ଓଡିଶାର ସମସ୍ତ ଯୁବ ରେଡ଼କ୍ରସ୍ ସଂଯୋଜକ ତଥା ଆବାହକ ସଂପାଦକ ଯୋଗ ଦେଇଥିଲେ। ଯୁବ ରେଡ଼କ୍ରସ୍ ଅଧିକାରୀ ଡ. ଅଜୟ କୁମାର ତ୍ରିପଠୀ କୋଭିଡ ମହାମାରୀ ସମୟରେ ଯୁବ ରେଡ଼କ୍ରସ୍ ଓ କନିଷ୍ଠ ରେଡକ୍ରସ ମିଳିତ ଭାବରେ ଜିଲ୍ଲା ସ୍ତରରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହାସହିତ କ୍ଷେତ୍ର ଭିିତ୍ତିକ କାର୍ଯ୍ୟକ୍ରମ ଭାବରେ ବିଭିନ୍ନ ମହାବିଦ୍ୟାଳୟ ତଥା ଉଚ୍ଚବିଦ୍ୟାଳୟ ଆୟୋଜିତ କରିଥିବା କୋଭିଡ୍ ଶବ ସଂସ୍କାର, ରକ୍ତଦାନ, କୋଭିଡ ପାରିବାରିକ ସମର୍ଥନ, ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ସଂଯୋଜକ ବି ଗୋବିନ୍ଦ ରାଓ, ପ୍ରବିର କୁମାର ଦାସ, କନିଷ୍ଠ ରେଡକ୍ରସ ଅଧିକାରୀ ସ୍ମୃତିରଂଜନ ପାଣି ଏହି ସଭାରେ ଯୋଗ ଦେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

 

- Advertisement -

ଏହି ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୨୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିରକୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣା ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଡ. ରଘୁନାଥ ବେହୁରା ଶିବିରକୁ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories