www.samajalive.in
Thursday, December 11, 2025
16.1 C
Bhubaneswar

ଥମୁନି ଗ୍ରାମାଞ୍ଚଳ ସଂକ୍ରମଣ, ବଢୁଛି ଚିନ୍ତା

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଦିନକୁ ଦିନ ଗ୍ରାମାଞ୍ଚଳ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ଘଟିବା ଏକ ଚିନ୍ତାଜନକ ବିଷୟ। ଏକାବେଳେ ଗୋଟିଏ ଗୋଟିଏ ଛୋଟ ଗାଁରୁ ୪୦ରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହେଉଥିବା ପ୍ରଶାସନର ଚିନ୍ତା ବଢାଇଛି। ଆଜିର ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗର କରୋନା ରିପୋର୍ଟ ଅନୁସାରେ ଶନିବାର ବ୍ଲକରୁ ୪୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ସାତଶହ ମୁହାଁ ହୋଇ ବର୍ତ୍ତମାନ ୬୫୦ରେ ପହଞ୍ଚିସାରିଛି। ଆଜିର ଆକ୍ରାନ୍ତ ତାଲିକାରେ ହରଭଙ୍ଗା ପଞ୍ଚାୟତର ଭେଜିଗୁଡା ଗ୍ରାମରୁ ଏକାବେଳେ ରେକର୍ଡ ସଂଖ୍ୟକ ୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଘଟଣା ପଞ୍ଚାୟତରେ ଅଣାୟତ ପରିସ୍ଥିତିକୁ ସଂକ୍ରମଣ ଚାଲିଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏହା ତଳକୁ ମହାଲ୍ଲିକପଡା ପଞ୍ଚାୟତ ଶଙ୍କୁରୀରୁ ୩ଜଣ, ଜିଆଁକଟା, ସମ୍ପୋଚରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମଲ୍ଲିକପଡା, ସରସରା, ଭରତାପୁର, ପୁରୁଣାକଟକ, ଜୟପୁର, ସରଦ୍ଧାପୁର, ସୁରୁଣ୍ଡି, ଧଳପୁର ଏବଂ ଚାରିଛକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ ଗାଁରୁ ଗାଁକୁ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଉପାୟ ଶୂନ୍ୟ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଛି। ସଂକ୍ରମିତ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରି ପ୍ରଶାସନ ନିଜ ଦୋଷ ଛଡାଇ ଦେଉଥିବାବେଳେ ସଂକ୍ରମଣରେ ରୋକ ଲଗାଇବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ହରଭଙ୍ଗା ପଞ୍ଚାୟତର ହରଭଙ୍ଗା, ନୂଆକୋଡାଶିଙ୍ଗା, ସମ୍ବଲପୁର, ସୁରଣ୍ଡି, ଭେଜିଗୁଡା ଭଳି ୫ଟି ଗାଁରେ ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ଏହି ଗାଁର ଗରିବ ଖଟିଖିଆ ଲୋକେ କାମଧନ୍ଦାରୁ ବଞ୍ଚିତ ହେବା ସହ ଅନେକ ଭୋକଉପାସରେ ଦିନ କାଟୁଥିବା ଜଣାପଡିଛି। ଏଭଳିସ୍ଥିତିରେ ଲୋକପ୍ରତିନିଧି, ରାଜନେତାଙ୍କ ନୀରବତା ଲୋକଙ୍କ ଦୁଃଖକଷ୍ଟକୁ ଆହୁରି ଦ୍ୱିଗୁଣିତ କରିଛି। ଏଥିପ୍ରତି ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories