www.samajalive.in
Monday, December 8, 2025
13.1 C
Bhubaneswar

ବ୍ଲକପ୍ରଶାସନ ନାକତଳେ ସରକାରୀ ଯୋଜନା ଅପହଞ୍ଚ: ଆବାସ ଘର ସାତସପନ, ଭଙ୍ଗା କୁଡିଆରେ ବିତୁଛି ଜୀବନ

ହରଭଙ୍ଗା: ସରକାର ଗରିବ ଶ୍ରେଣୀର ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଭଳି ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ୱେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ବାଣୀଭୁଷଣପୁର ପଂଚାୟତର ଝାଡ୍ରାଜିଂ ଗ୍ରାମର କାରଗିଲ ବସ୍ତିରେ ଜିତୁ ସାହୁଙ୍କ ଭଳି ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଏହି ଯୋଜନାରୁ ବାଦପଡିବା ଘଟଣା ବ୍ଲକ ପ୍ରଶାସନର ନାକତଳେ ସରକାରୀ ଯୋଜନା ଅପହଞ୍ଚ ଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି।

ପ୍ରକାଶ ଯେ, କାରିଗିଲ ବସ୍ତିରେ ଜିତୁ ସାହୁ ତାଙ୍କ ପନ୍ତ୍ରୀ ଦୁର୍ଗା ସାହୁଙ୍କ ସହିତ ସପରିବାର ସେଠାରେ ଦୀର୍ଘ ୩୦ବର୍ଷ ହେଲା ରହିଆସୁଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ଗରିବ ପରିବାରର ଆଜେବେଷ୍ଟସ ଛପର ଘର ଗତ କାଳବୈଶାଖୀରେ ଭାଙ୍ଗିଯାଇଛି। ଘରର ମାଟି କାନ୍ଥ ମଧ୍ୟ ଭୁଶୁଡିପଡିଛି। କରୋନା ଯୋଗୁଁ କାମଧନ୍ଦା ନକରିପାରି ଦୁୁଃଖ କଷ୍ଟରେ ଜୀବନ କାଟୁଥିବାବେଳେ ଘର ଛାଉଁଣୀ ଛପର କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଏଭଳି ଅବସ୍ଥାରେ ଭଙ୍ଗାଘରେ ଜୀବନ କାଟୁଥିବା ଏହି ଗରିବ ପରିବାରକୁ ଆଗ୍ରାଧିକାର ମଧ୍ୟରେ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ସେ ଦାବୀ କରିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories