www.samajalive.in
Sunday, December 14, 2025
16.1 C
Bhubaneswar

ହିନ୍ଦୋଳ ଘାଟିରେ ଫସିଲା ଅମ୍ଳଜାନ ବୋଝେଇ ଟ୍ରକ

ଅନୁଗୁଳ /ବନ୍ତଳା : ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଏକ ଅମ୍ଳଜାନ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିବା ବେଳେ ଶନିବାର ସକାଳ ସମୟରୁ ହିନ୍ଦୋଳ ଘାଟିରେ ଫସି ରହିଥିବା ସୂଚନା ମିଳିଛି। ଏଠାରେ ଗାଡି ଅଟକି ରହିଥିବାରୁ ପ୍ରାୟ ୭ ଘଣ୍ଟା ହେବ ନରସିଂହ ପୁର ହିନ୍ଦୋଳ ଓ ଅନୁଗୁଳକୁ ଗମନାଗମନ ସେବା ସମ୍ପୂର୍ଣ୍ଣ ଠପ ହୋଇ ରହିଛି।
ମିଳିଥିବା ସୂଚନା ମୁତାବକ କୋଭିଡ୧୯ ର ସଂକ୍ରମଣ ହେତୁ ବହୁ ସ୍ଥାନରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଅଭାବ ରହିଛି। ତେବେ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଦୈନଦିନ ଦେଶର ଅନେକ ରାଜ୍ୟକୁ ଅମ୍ଳଜାନ ପଠାଯାଉଛି। ଶନିବାର ସକାଳ ସମୟରେ ଅମ୍ଳଜାନ ବୋଝେଇ ଏକ ଟ୍ରକ ଜିନ୍ଦଲରୁ ବାହାରି ହିନ୍ଦୋଳ ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା। ହେଲେ ହିନ୍ଦୋଳ ଘାଟିରେ ଭାରସାମ୍ୟ ହରାଇ ଅଟକି ରହିଥିବା ଜଣାପଡିଛି। ଘାଟି ରାସ୍ତା ହେତୁ ଏହି ସ୍ଥାନ ଅଣ ଓସାରିଆ ରହିଛି। ତେବେ ଏଠାରେ ଗାଡି ଅଟକି ରହିଥିବାରୁ ପ୍ରାୟ ୭ ଘଣ୍ଟା ହେବ ନରସିଂହ ପୁର ହିନ୍ଦୋଳ ଓ ଅନୁଗୁଳକୁ ଗମନାଗମନ ସେବା ସମ୍ପୂର୍ଣ୍ଣ ଠପ ହୋଇ ରହିଛି। ଘଟଣା ସ୍ଥଳରେ ହିନ୍ଦୋଳ ପୁଲିସ ପହଁଞ୍ଚିଥିବା ବେଳେ ଯେଉଁ ସ୍ଥାନରେ ଘଟଣା ଘଟିଛି ସେ ଅଞ୍ଚଳଟି ନରସିଂହପୁର ଥାନା ଅଧୀନରେ ଯାଉଥିବା ହେତୁ ନରସିଂହପୁର ଥାନା କୁ ଖବର ଦେଇଥିବା ଜଣାପଡିଛି। ଗାଡ଼ିରେ ୧୫ଟନ ଅମ୍ଳଜାନ ବୋଝେଇ ହୋଇ ରହିଥିବା ଜଣାପଡିଛି। ତେବେ ଯଥା ଶୀଘ୍ର ଯଦି ଏହାକୁ ଉଦ୍ଧାର କରାନଯାଏ। ପୁଣି ଏକ ଦୁର୍ଘଟଣା ହେବାକୁ ଏଡାଇ ଦିଆଯାଇନପାରେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories