www.samajalive.in
Saturday, December 13, 2025
26.1 C
Bhubaneswar

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାରୁ ୨୨ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଦିଅଁଙ୍କର ଏହି ଯାତ୍ରା ପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରିଛି। କରୋନା ମାର୍ଗଦର୍ଶିକା ଅନୁସାରେ ଦିଅଁଙ୍କ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି।

ବିନା ଭକ୍ତରେ ଦିଅଁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ୧୫ଜଣ ସେବାୟତଙ୍କୁ ନେଇ ଯାତ୍ରା ପାଳନ କରାଯିବ। ଏଥିରେ ସାମିଲ ସେବାୟତଙ୍କ ୪୮ଘଣ୍ଟା ଭିତରେ କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଆସିଥିବା ଜରୁରୀ। ଚନ୍ଦନ ଯାତ୍ରା ପୂର୍ବରୁ ମନ୍ଦିର ପ୍ରଶାସନ ବିଏମ୍‌ସି ସହାୟତାରେ ଡଙ୍ଗାକୁ ବିଶୋଧନ କରିବେ। ଯାତ୍ରାରେ ସମସ୍ତ ସେବାୟତ ତୁଣ୍ଡି( ମାସ୍କ) ବ୍ୟବହାର କରିବା ସହ ୬ଫୁଟ ଦୂରତ୍ୱ ବଜାୟ ରଖିବେ। ଯାତ୍ରାରେ କୌଣସି ସେବାୟତ ପାନ ଓ ଗୁଟ୍‌ଖା ବ୍ୟବହାର କରିବେ ନାହିଁ। ପ୍ରତିଦିନ ଯାତ୍ରାରେ ମନ୍ଦିର ପ୍ରଶାସନ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରିବେ। ଯଦି କୌଣସି ସେବାୟତଙ୍କ ଛିଙ୍କ, ଥଣ୍ଡା ,ସର୍ଦି ଓ କାଶ ଲକ୍ଷଣ ଅନୁଭୂତ ହୁଏ ତେବେ ତାଙ୍କୁ ଯାତ୍ରାରେ ସାମିଲ କରାଯିବ ନାହିଁ। ଚନ୍ଦନ ଯାତ୍ରାରେ କେବଳ ନୀତିକାନ୍ତି ଓ ପରମ୍ପରା ରକ୍ଷା କରାଯିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ନାହିଁ। ଏପରିକି ଯାତ୍ରା ସମୟରେ କୌଣସି ପାଣି ପାଉଚ ବ୍ୟବହାର ହେବ ନାହିଁ। ଏଥିରେ ଖିଲାପ ହେଲେ ବିଏମ୍‌ସି ଯାତ୍ରା ପାଇଁ ଜାରି କରିଥିବା ମାର୍ଗଦର୍ଶିକାକୁ ରଦ୍ଦ କରିଦେବ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories