www.samajalive.in
Thursday, December 11, 2025
15.1 C
Bhubaneswar

ଡାକ୍ତରଖାନାରେ ଅମ୍ଳଜାନ ସଙ୍କଟ ବରଦାସ୍ତ କରାଯିବନି: ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ଏହାକୁ ପ୍ରତିହତ କରିବାପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ସବୁ ଡାକ୍ତରଖାନାକୁ ଅମ୍ଳଜାନ କିଭଳି ପରିଚାଳନା ହେବ ଏବଂ ଖାଲି ଟାଙ୍କି ନ ରହିବ ସେ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଥିବାବେଳେ ଆଜି ପୁଣି ଅତିରିକ୍ତ ନିର୍ଦେଶନାମା ସବୁ ଜିଲାପାଳ, ମହାନଗର ଆୟୁକ୍ତ ଓ ସ୍ୱାସ୍ଥ୍ୟମୁଖ୍ୟଙ୍କୁ ଜାରି କରାଯାଇଛି। ଏଥିରେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରଖାନାରେ କୌଣସି ସମୟରେ ଅମ୍ଳଜାନ ସଙ୍କଟ ବରଦାସ୍ତ କରାଯିବ ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ଅମ୍ଳଜାନ ପାଇଁ ଏକ ଅତିରିକ୍ତ ଗାଡି ରଖିପାରିବେ।

ଯଦି କୌଣସିଠାରେ ଗାଡି ଅସୁବିଧା ହେଲା ବା ସମସ୍ୟାରେ ପଡିଲା ତେବେ ଉକ୍ତ ଗାଡିକୁ ବ୍ୟବହାର କରିବେ। ସବୁ ଗାଡିର ସ୍ଥିତି ଜାଣିବା ପାଇଁ ବିଶ୍ୱ ଉପସ୍ଥିତି ଯନ୍ତ୍ର(ଜିପିଏସ୍‍) ସଂଲଗ୍ନ କରାଯିବ। ଟାଙ୍କି ଭର୍ତ୍ତି କରିବା ପାଇଁ ଅଧିକ ସମୟ ଗାଡି ଛିଡ଼ା ହେବ ନାହିଁ। ନିର୍ଦିଷ୍ଟ ପରିମାଣର ଟାଙ୍କି ଖାଲି ହେବାମାତ୍ରେ ଗାଡି ଖାଲି ଟାଙ୍କି ନେଇ ଅମ୍ଳଜାନ ଆଣିବା ପାଇଁ ଯିବ। ଏହାର ତଦାରଖ ଜଣେ ଦାୟିତ୍ୱ ସମ୍ପନ୍ନ କ୍ଷେତ୍ରୀୟ ଅଧିକାରୀ କରିବେ। ତାଙ୍କର ଟିକିନିଖି ବିବରଣୀ ଔଷଧ ନିଗମ ଓ ଭେଷଜ ନିୟନ୍ତ୍ରକଙ୍କ ନିକଟରେ ରହିବ। ଯଦି କୌଣସି ଡାକ୍ତରଖାନାରେ ଆଗାମୀ ଦିନରେ ଅମ୍ଳଜାନ ସମସ୍ୟା ରହିଲା ସେଥିପାଇଁ ସଂପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି।

- Advertisement -

ଏହି ଅବସରରେ ଶ୍ରୀ ମହାପାତ୍ର ଘରୋଇ ସଂସ୍ଥାଠାରୁ କେତେକ ନିର୍ଦିଷ୍ଟ ସର୍ତ୍ତରେ ଅମ୍ଳଜାନ ଟାଙ୍କି ପୂରଣ କରିବା ଲାଗି ପ୍ରଶାସନିକ ଓ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବି’-ବର୍ଗ ଟାଙ୍କି (୧.୫ ଘନ ମିଟର) ଏକ ମାସ ପାଇଁ ୭୦୦ଟଙ୍କା ଦେୟ ଦେବାକୁ ଧାର୍ଯ୍ୟ କରିଥିବାବେଳେ ଡି’-ବର୍ଗର (୭ଘନ ମିଟର) ଟାଙ୍କି ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories