www.samajalive.in
Sunday, December 14, 2025
26.1 C
Bhubaneswar

୨୮ରେଳ ଚଳାଚଳ ବାତିଲ କଲା ଉତ୍ତର ରେଳବାଇ

ନୂଆଦିଲ୍ଲୀ/ଭୁବନେଶ୍ବର/କଲକାତା : ଉତ୍ତର ରେଳବାଇ ପକ୍ଷରୁ ଗୁରୁବାର ୨୮ଟି ରେଳଗାଡ଼ିର ଯାତାୟାତ ବାତିଲ କରାଯାଇଛି। ଏଥିମଧ୍ୟରେ ଦୂରନ୍ତ, ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ରେଳ ସାମିଲ ରହିଛି। ଏହି ଗାଡ଼ି ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଯାତାୟାତ କରିଥାଏ। ବିଭିନ୍ନ କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଆସନ୍ତା ୯ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏଗୁଡ଼ିକର ଚଳାଚଳ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବତଟ ରେଳପଥ ଓ ପୂର୍ବ ରେଳର ବହୁ ରେଳ ବାତିଲ

- Advertisement -

ସେହିପରି କରୋନା ଭୂତାଣୁ ସଂକ୍ରମଣର ପାଇଁ ୪ ଯୋଡାର ସ୍ବତନ୍ତ୍ର ରେଳ ସାମୂହିକ ଭାବେ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ସ୍ୱତନ୍ତ୍ର ରେଳରେ କମ ପୃଷ୍ଠପୋଷକତା ଏବଂ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ରେଳ ଜଗଦଲପୁରରୁ ୮ରୁ ୨୨ ମେ ଏବଂ ଭୁବନେଶ୍ୱରରୁ ୯ରୁ ୨୩ ମେ ବାତିଲ କରାଯାଇଛି। ବିଶାଖାପଟନମ୍‍-କିରନ୍ଦୁଲ-ବିଶାଖାପଟନମ ବିଶେଷ ରେଳ ବିଶାଖାପଟନମରୁ ୭ରୁ ୨୧ ମେ ଏବଂ କିରନ୍ଦୁଲରୁ ୮ରୁ ୨୨ ମେ ବାତିଲ ହୋଇଛି। ତିରୁପତି-ବିଶାଖାପଟନମ-ତିରୁପତି ବିଶେଷ ରେଳ ତିରୁପତିଠାରୁ ୭ରୁ ୩୦ ମେ ଏବଂ ବିଶାଖାପଟନମରୁ ୮ରୁ ୩୧ ମେ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ସିକନ୍ଦରାବାଦ-ବିଶାଖାପଟନମ-ସିକନ୍ଦରାବାଦ ବିଶେଷ ରେଳ ସିକନ୍ଦରାବାଦରୁ ୮ରୁ ୨୯ ମେ ଏବଂ ବିଶାଖାପଟନମରୁ ୯ରୁ ୩୦ ମେ ବାତିଲ କରାଯାଇ ଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ କରୋନାର ପ୍ରାଦୁର୍ଭାବରେ ବହୁ ରେଳକର୍ମୀ ସଂକ୍ରମିତ ହୋଇଛନ୍ତି। ଯାତ୍ରୀସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେଣୁ ପୂର୍ବ ରେଳ କର୍ତ୍ତୃପକ୍ଷ ଆସନ୍ତାକାଲି ୭ ତାରିଖ ଠାରୁ ୧୬ଟି ଟ୍ରେନ ବାତିଲ କରିଛି। ଏହି ଟ୍ରେନ ମଧ୍ୟରେ ହାଓଡ଼ା-ରାଞ୍ଚି, ହାଓଡ଼ା-ଧନବାଦ, ହାଓଡ଼ା ଅଜିମଗଞ୍ଜ, ହାଓଡ଼ା ରାମପୁର ହାଟ, ସିଆଲଦା ରାମପୁର ହାଟ, ହଳଦିଆ-ଆସାନସୋଲ ଅପ-ଡାଉନ ଭଳି କେତେକ ଟ୍ରେନ ରହିଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories