www.samajalive.in
Monday, December 8, 2025
27.1 C
Bhubaneswar

ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ନରସଂହାର ସହ ସମାନ: ଆଲାହାବାଦ ହାଇକୋର୍ଟ

ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ନରସଂହାର ସହିତ ସମାନ। ଏହା ଏକ ଆପରାଧିକ କାର୍ଯ୍ୟ। ଯେଉଁ ଅଧିକାରୀମାନେ ଅମ୍ଳଜାନ ଯୋଗାଣ ଦାୟିତ୍ଵରେ ରହିଛନ୍ତି, ସେହିମାନଙ୍କ ଦ୍ବାରା ଏହା ନରସଂହାରଠାରୁ କମ୍‌ ନୁହେଁ। ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ଏବଂ କଡ଼ା ମନ୍ତବ୍ୟ ଦେଇଛନ୍ତି ଆଲାହାବାଦ ହାଇକୋର୍ଟ।

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଏବଂ ମୀରଟ ଜିଲାରେ ଅମ୍ଳଜାନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଖବର ଆଧାରରେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଅମ୍ଳଜାନ ଅଭାବରୁ ହୋଇଥିବା ମୃତ୍ୟୁର ତଥ୍ୟ ସମ୍ବଳିତ ତଦନ୍ତ କରିବାକୁ କୋର୍ଟ ଲକ୍ଷ୍ନୌ ଏବଂ ମୀରଟ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

- Advertisement -

କୋର୍ଟ ଆହୁରି କହିଛନ୍ତି, ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ଯୋଗାଣ ନ ହେବାରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଥିବା ଦେଖି ଆମକୁ କଷ୍ଟ ହେଉଛି। ଏହା ଏକ ଆପରାଧିକ କାର୍ଯ୍ୟ ଏବଂ ସେହି ଲୋକମାନଙ୍କ ଦ୍ବାରା ନରସଂହାର ସହିତ ସମାନ, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ତରଳ ଅମ୍ଳଜାନ କ୍ରୟ କରି ଡାକ୍ତରଖାନାକୁ ଯୋଗାଣ କରିବାର ଦାୟିତ୍ବ ଦିଆଯାଇଛି।

ଖଣ୍ଡପୀଠ କହିଛନ୍ତି, ଯେତେବେଳେ ବିଜ୍ଞାନ ଏତେ ବିକଶିତ ହୋଇଗଲାଣି, ଯେଉଁଠି ହୃଦୟ ପ୍ରତିରୋପଣ ଏବଂ ମସ୍ତିଷ୍କ ଅପରେଶନ ହୋଇପାରୁଛି, ସେଭଳି ସମୟରେ ଆମେ ନିଜ ଲୋକମାନଙ୍କୁ କିପରି ଏମିତି ମରିବାକୁ ଛାଡ଼ିଦେଇ ପାରିବା। ସୂଚନାଯୋଗ୍ୟ, ଶୁଣାଣି ସମୟରେ ଅଦାଲତଙ୍କୁ ଅବଗତ କରାଯାଇଥିଲା ଯେ, ଗତ ରବିବାର ମୀରଟ ମେଡିକାଲ କଲେଜର ନୂଆ ଟ୍ରମା ସେଣ୍ଟରର ଆଇସିୟୁରେ ଅମ୍ଳଜାନ ନ ମିଳିବାରୁ ୫ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ ହୋଇଥିଲା। ଏହିପରି ଲକ୍ଷ୍ନୌର ଗୋମତୀ ନଗରରେ ସନ୍‌ ହସ୍ପିଟାଲ ଏବଂ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଯୋଗାଣ ନ ହେବାରୁ ଡାକ୍ତର କରୋନା ରୋଗୀଙ୍କୁ ନିଜ ପାଇଁ ଅମ୍ଳଜାନ ବ୍ୟବସ୍ଥାକ ରିବାକୁ କହିଥିଲେ। ଏହି ଖବର ବି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories