www.samajalive.in
Monday, December 8, 2025
20.1 C
Bhubaneswar

ଅମ୍ଳଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍‍ ନୁହେଁ- ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ

ଆଲ୍ଲାହାବାଦ: ଅମ୍ଳଜାନ ଯୋଗାଣ କରାନଯିବା ଦ୍ୱାରା କୋଭିଡ-୧୯ ଆକ୍ରାନ୍ତ ଲୋକମାନେ ପ୍ରାଣ ହରାଇବା ଏକ ଅପରାଧମୂଳକ କାର୍ଯ୍ୟ, ଏକ ନରସଂହାର ଠାରୁ କିଛି କମ୍‍ ନୁହେଁ। ଏଭଳି ଯୋଗାଣ ସୁନିଶ୍ଚିତ କରିବା ଦାୟିତ୍ୱ ଯେଉଁମାନଙ୍କୁ ଦିଆଯାଇଛି ସେମାନେ ଏଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ। ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି।
ମଙ୍ଗଳବାର ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ଦେଶରେ ଥିବା ଡାକ୍ତରଖାନାଗୁଡିକୁ ଅମ୍ଳଜାନ ଯୋଗାଣ ଅଭାବରୁ କୋଭିଡ ଆକ୍ରାନ୍ତ ରୋଗୀ ପ୍ରାଣ ହରାଉଥିବା ଘଟଣା ଉଚ୍ଚନ୍ୟାୟାଳୟକୁ ବ୍ୟଥିତ କରିଛି। ଏହି ଯୋଗାଣ ସୁନିଶ୍ଚିତ କରିବା ଦାୟିତ୍ୱ ଯେଉଁମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ସେମାନଙ୍କ କ୍ଷେତ୍ରରେ ଏହା ଅପରାଧମୂଳକ କାର୍ଯ୍ୟକଳାପ ଏବଂ ନରସଂହାର ଠାରୁ କିଛି କମ ନୁହେଁ ବୋଲି ବୋଲି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଅଜିତ କୁମାର ଓ ଜଷ୍ଟିସ ସିଦ୍ଧାର୍ଥ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇବା ସହିତ ତଦନୁରୂପ ରାୟ ଶୁଣାଇଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଶରେ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଡାକ୍ତରଖାନାଗୁଡିକରେ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତି ସମ୍ପର୍କରେ ବିଚାର କରିଥିଲେ। ଅମ୍ଳଜାନ ଅଭାବରୁ ଦେଶରେ ଅନେକ କୋଭିଡ ରୋଗୀ ପ୍ରାଣ ହରାଉଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଅଦାଲତ ବିଚାରକୁ ନେଇଥିଲେ। ମାନ୍ୟବର ଖଣ୍ଡପୀଠ ମଧ୍ୟ ଅମ୍ଳଜାନ ସିଲିଣ୍ଡର ଅସାଧୁ ଭାବରେ ମହଜୁଦ ରଖାଯାଉଥିବା ଏବଂ ନିତାନ୍ତ ଆବଶ୍ୟକ କରୁଥିବା ଲୋକଙ୍କୁ ନାନା ଭାବରେ ହଇରାଣ ହରକତ କରାଯାଉଥିôବା ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାଗୁଡିକରେ ଅମ୍ଳଜାନ ନିଅଣ୍ଟ ହେଉଥିବା ଏବଂ ସେହି କାରଣରୁ ରୋଗୀ ପ୍ରାଣ ହରାଉଥିବା ଖବରକୁ ନେଇ ଉଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ବିବୃତି ଏଭଳି ବିଷୟର ସଂପୂର୍ଣ୍ଣ ବିପରୀତ ହୋଇଥିବା ଦର୍ଶାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଇ ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ସରକାରଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ଅନ୍‍ଲାଇନ ପୋର୍ଟାଲର ସାଂପ୍ରତିକ ପରିଚାଳନା ଦେଶରେ କୋଭିଡ-୧୯ ଡାକ୍ତରଖାନାଗୁଡିକର ପରିଚାଳନା କ୍ଷେତ୍ରରେ ବିଫଳ ହୋଇଥିବା ଅଦାଲତ ଉଲ୍ଲେଖ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories