www.samajalive.in
Monday, December 8, 2025
13.1 C
Bhubaneswar

କନ୍ଧମାଳ ଜିଲାରେ ଅବକାରୀ ଚଢାଉ, ଦୁଇ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲାରେ ମଙ୍ଗଳବାର ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୧୨୫ କିଲୋ ଗଂଜେଇ ଜବତ କରାଯିବା ସହ ଏହି ମାମଲାରେ ଦୁଇ ଜଣଙ୍କୁୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଫିରିଙ୍ଗିଆ ଅଞ୍ଚଳରୁ ଗଂଜେଇ ଚାଲାଣ କରାଯାଉଥିବା ନେଇ ଅବକାରି ବିଭାଗ ନିକଟରେ ଖବର ପହଞ୍ଚି ଥିଲା। ଅବକାରି ସୁପରିଣ୍ଟେଣ୍ଡେଣ୍ଟ ମଧୁସ୍ମିତା ନାୟକଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ଚଢାଉ କରାଯାଇଥିଲା। ଖଜୁରୀପଡା ନିକଟରେ ଏକ ପିକ ଅପ ଭ୍ୟାନ(ନଂ ଓଡି-୦୨-ଏସ-୪୧୯୮)କୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ସଂପୃକ୍ତ ଗାଡି ସହ ଏଥିରେ ଥିବା ୧୨୫ କିଲୋ ଗଂଜେଇ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳର କୁଳମଣି ସାହୁ ଓ ଅନୁଗୁଳ ଜିଲା କୁରୁଡାର ତରୁ ସାହୁଙ୍କୁ ଗିରଫ କରାଯାଇଛି। ଫୁଲବାଣୀ ଅବକାରୀ ଥାନାରେ କେସ ନଂ ୧୩/୨୧ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗଂଜେଇ ଫିରିଙ୍ଗିଆ ଅଞ୍ଚଳରୁ ଅନୁଗୁଳ ଚାଲାଣ କରାଯାଉଥବା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସେହିଭଳି ଅବକାରୀ ବିଭାଗ ଦ୍ୱାରା ଆଜି ୭୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଚାରିଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ମାନେ ହେଲେ କଟକ ଜିଲା କନ୍ଦରପୁର ଅଂଚଳର ଆଲୋକ କୁମାର ଜେନା, କନ୍ଧମାଳ ଜିଲା ଦଡକିର ବାବୁ ସାହୁ, ସୁଡ୍ରୁକୁମ୍ପାର ପ୍ରକାଶ ବେହେରା ଓ ଖଜୁରୀପଡାର ଦିପୁନ ତ୍ରିପାଠୀ। ସୂଚନା ଅନୁସାରେ ଏହି ଅଭିଯୁକ୍ତ ମାନେ ଜବତ ଦେଶୀ ମଦ ଚାଲାଣ କରିବା ପାଇଁ ଖଜୁରୀପଡାଠାରେ ଅପେକ୍ଷା କରିଥିବା ବେଳେ ଅବକାରୀ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଏହି ଚାଲାଣରେ ବ୍ୟବହାର କରାଯାଉଥିବା ଏକ ମୋଟରସାଇକେଲ(ନଂ ଡିଏଲ-୩ସିକ୍ୟୁ-୨୩୬୭)କୁ ମଧ୍ୟ ଜବତ କରାଯାଇଛି। ଫୁଲବାଣୀ ଅବକାରୀ ଥାନାରେ ଏ ନେଇ କେସ ନଂ ୧୩,୧୪/୨୧ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories