ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ଶିବସେନାର ବିକ୍ଷୋଭ
ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଟାଟା କଲୋନୀ ଅନ୍ତର୍ଗତ ସିନ୍ଧି ଗ୍ରାମରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ଥିବାର ପ୍ରତିବାଦରେ ଶିବସେନା ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ଟାଟା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଆସୁଥିଲେ ମଧ୍ୟ ଏହି ଅଂଚଳରେ ଡ୍ରେନ୍ ନିର୍ମାଣ, ରାସ୍ତା ନିର୍ମାଣ ଆଦି କାମ ହେଉନାହିଁ । ତୁରନ୍ତ ଏହି ସବୁର ସମାଧାନ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଶିବସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ଗୁରୁଣ୍ଠି ଗ୍ରାମପଂଚୟତ ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି । ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି କରି ଏହି ବାବଦରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।