www.samajalive.in
Thursday, December 11, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ (୦୪/୦୫/୨୦୨୧)

ମେଷ : ମନ ପ୍ରସନ୍ନ ରହିବ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ବୃଷ : ସୁଖ ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।

ମିଥୁନ: ଶାରୀରିକ ସ୍ତରରେ ଅସୁସ୍ଥତା ଅନୁଭବ କାରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜି ପାରେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ଆଶ୍ୱସନା ପାଇ ଆଶ୍ୱସ୍ତ ହେବେ। ସନ୍‍ମାର୍ଗୀ ହେବେ। ପଦୋନ୍ନତି ଘଟିପାରେ। ବିକ୍ରମୀ ହେବେ।

କର୍କଟ : ସୁବନ୍ଧୁଯୁକ୍ତ ହୋଇପାରନ୍ତି। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

ସିଂହ : ଶତ୍ରୁ ଉପଦ୍ରବକୁ ପ୍ରତିହତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରି ଆଶ୍ୱସ୍ତ ହେବେ।

କନ୍ୟା :​‌ ଅଧ୍ୟାପନା ଓ କାବ୍ୟରଚନା ପାଇଁ ପଢ଼ା ପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ।

ତୁଳା : ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଉତ୍ତମ ମିତ୍ର ବା ସୁ ସନ୍ତାନ ଲାଭର ସୂଚନା ମିଳୁଛି। ମନ୍ତ୍ର ଶାସ୍ତ୍ରାଦି ଉପରେ ବିଶଦ ବ୍ୟାଖ୍ୟା କରିବେ। ଧନଯୁକ୍ତ ହେବେ।

ବିଛା : ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ଧନୁ : ସତ୍ୟନିଷ୍ଠ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ପରାକ୍ରମୀ ଓ ବୁଦ୍ଧିମାନ୍‍ ହେବେ। ଗୁଣଜ୍ଞ ହେବା ଆଶା କରାଯାଏ। ବିବିଧ ଧନର ଅଧିକାରୀ ହେବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ।

ମକର : ଶ୍ରୀଚନ୍ଦ୍ର ଭୋଗହେତୁ ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭାବନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ପାଇବେ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ : ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ବିତର୍କକୁ ବର୍ଜନ କରିପାରନ୍ତି। ସତ୍ୟବକ୍ତା ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଭାଗ୍ୟବାନ୍‍ ହେବେ। ମଧୁର ଭାଷାଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ।

ମୀନ : ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସ୍ବନାମଧନ୍ୟ ହୋଇପାରନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories