www.samajalive.in
Tuesday, December 9, 2025
16.1 C
Bhubaneswar

ସମବାୟ ମାଧ୍ୟମରେ ଖରିଫରେ ୯ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ବର : ଚଳିତ ଖରିଫରେ ରାଜ୍ୟର କୃଷକଙ୍କୁ ସମବାୟ ସଂସ୍ଥା ମାଧ୍ୟମରେ ୯ହଜାର କୋଟି ଟଙ୍କାର ସ୍ୱଳ୍ପ ମିଆଦୀ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କୃଷି କାର୍ଯ୍ୟ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ଭାଗଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ। ଏଥି ସହିତ ଅଧିକରୁ ଅଧିକ ନୂତନ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରିବା ପାଇଁ କୁହାଯାଇଛି। ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ। ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ, କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଫସଲ ଋଣ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗ କରାଯାଉଛି କି ନା ସେସବୁର ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦେଶ ଦିଆଯାଇଛି।
ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ସେ କହିଛନ୍ତି। ଚାଷୀଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପତ୍ର ଲେଖା ଯାଇଛି।
ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ପ୍ରାୟ ୬୫ ପ୍ରତିଶତ ସମବାୟ ସଂସ୍ଥା ଦ୍ବାରା ଦିଆଯାଇଥାଏ। ଗତ ଖରିଫରେ ସମବାୟ ସଂସ୍ଥା ପକ୍ଷରୁ ମୋଟ ୮୩୨୦.୧୩ କୋଟି ଟଙ୍କା ରାଜ୍ୟର ୧୮,୭୩,୯୦୫ ଜଣ ଚାଷୀଙ୍କୁ ଋଣ ବାବଦରେ ଯୋଗାଇ ଦିଆଯାଇଥିଲା। ସେହିପରି ୨୦୨୦-୨୧ ରବି ଫସଲ ନିମନ୍ତେ ୧୫ ଲକ୍ଷ ୬୫ ହଜାର ୨୫ ଜଣ ଚାଷୀଙ୍କୁ ମୋଟ ୬୮୬୯ କୋଟି ୯୦ ଲକ୍ଷ ୭୧ ହଜାର ଟଙ୍କା ଋଣ ଦିଆଯାଇଛି।
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କୁ ଫସଲ ଋଣରେ ବ୍ୟାପକ ରିଆତି ଦିଆଯାଉଥିବା ଦୃଷ୍ଟିରୁ ଚାଷୀଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ, ଏହାକୁ କିଷାନ କେଡ୍ରିଟ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ତଥା ମଞ୍ଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories