www.samajalive.in
Sunday, December 7, 2025
26.1 C
Bhubaneswar

ଚଳିତ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ :  କୋଭିଡ-୧୯ର ଦ୍ବିତୀୟ ଲହର ଯୋଗୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ (୨୦୨୧ ମେ)ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି।
କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ ମେ’ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଛି। ତେବେ ଅନଲାଇନ ପରୀକ୍ଷା ଆଦି ପୂର୍ବ ଭଳି ଜାରି ରହିବ। ଆସନ୍ତା ଜୁନ ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତିର ପୁନଃ ସମୀକ୍ଷା କରାଯିବ ବୋଲି ଏହି ପତ୍ରରେ ଦର୍ଶାଯାଇଛି।
ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହା ମଧ୍ୟ ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦିଆଯାଇଛି ଯେ ଯଦି ଶିକ୍ଷାନୁଷ୍ଠାନରେ କେହି କୌଣସି ପ୍ରକାର ସହାୟତା ଆବଶ୍ୟକତା କରୁଥାନ୍ତି ତେବେ ତାଙ୍କୁ ଅବିଳମ୍ବେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ। ଯାହାଫଳରେ ସେ କୌଣସି ପ୍ରକାର ଚାପରୁ ମୁକ୍ତ ରହିବେ। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ନିମନ୍ତେ ଉତ୍ସାହିତ କରିବେ ଏବଂ ସମସ୍ତେ ନିରାପଦ ରହିବା ଲାଗି କୋଭିଡ-୧୯ ଉପଯୁକ୍ତ ବ୍ୟବହାର ପାଳନ ସୁନିଶ୍ଚିତ କରିବେ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories