www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଘୋଷଣାକ୍ରମେ ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ରାଜଧାନୀରେ ମାଗଣା ଟିକାକରଣ କରାଯିବ। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ସମୟ କରାଯାଇଛି। ପୂର୍ବାହ୍ନ ୮ଟାରୁ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ। ୪୫ବର୍ଷରୁ ଅଧିକ ନାଗରିକଙ୍କୁ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଦିଆଯିବ। ଏହାରି ମଧ୍ୟରେ ୧୧ଟାରୁ ୨ଟା ପର୍ଯ୍ୟନ୍ତ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ଟିକା ଦିଆଯିବ। ତେବେ ଶନିବାର ଭୁବନେଶ୍ୱରରେ ହୋଇଥିବା ଟିକା ଅଭ୍ୟାସ ବେଳେ ୧୮ରୁ ଅଧିକ ବର୍ଷ ବର୍ଗର ୯୬ଜଣଙ୍କୁ ଟିକା ଦିଆଯାଇଛି। ଆସନ୍ତାକାଲି ୩୦ଟି କେନ୍ଦ୍ରରେ ଏହି ବର୍ଗଙ୍କୁ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଶନିବାର ସୁଦ୍ଧା ରାଜ୍ୟରେ ୫୮ଲକ୍ଷ ୫୭ହଜାର ୬୨୮ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ରୁ ଅଧିକ ବୟସ୍କର ୪୩ଲକ୍ଷ ୩୮ହଜାର ୧୦୬ଜଣ ପ୍ରଥମ ପାନ ଟିକା ନେଇଥିବାବେଳେ ୫ଲକ୍ଷ ୪୪ ହଜାର ୫୨୮ଜଣ ଦ୍ୱିତୀୟ ପାନ ନେଇଛନ୍ତି। ସେହିପରି ୩ଲକ୍ଷ ୨୪ହଜାର ୮୨୪ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ନେଇଥିବାବେଳେ ୨ଲକ୍ଷ ୭୩ହଜାର ୧୬୮ଜଣ ଦ୍ୱିତୀୟ ପାନ, ୨ଲକ୍ଷ ୧୬ହଜାର ୯୫୬ କରୋନା ଯୋଦ୍ଧା ପ୍ରଥମ ପାନ ନେଇଥିବାବେଳେ ୧ଲକ୍ଷ ୫୯ହଜାର ୯୫୦ଜଣ ଦ୍ୱିତୀୟ ପାନ ନେଇଛନ୍ତି। ରାଜ୍ୟରେ ଏବେ ଭାରତ ସରକାରଙ୍କ ପ୍ରଦତ୍ତ କୋଭିସିଲଡ ଟିକା ୪୬ହଜାର ୨୨୦ ପାନ ଥିବାବେଳେ କୋଭାକ୍ସିନ ୩ଲକ୍ଷ ୨୧ହଜାର ୬୩୦ ପାନ ରହିଛି। ମାତ୍ର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା କୋଭାକ୍ସିନ୍‍ ଟିକା ଏବେ ୧ଲକ୍ଷ ୪୯ହଜାର ୯୦୦ ପାନ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories