www.samajalive.in
Thursday, December 11, 2025
18.1 C
Bhubaneswar

ଦେଶ ଗଠନରେ ଶ୍ରମିକମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ

ଗୁରୁଡିଝାଟିଆ: ଦେଶ ଗଠନରେ ଶ୍ରମିକମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଶ୍ରମ, ସାଧନା ସଂପୃକ୍ତ ସଂସ୍ଥା ପାଇଁ ଯେଭଳି ମହତ୍ୱପୂର୍ଣ୍ଣ ଦେଶ ପାଇଁ ତତୋଧିକ ଅଟେ ବୋଲି ହିନ୍ଦ ମଜଦୁର ସଂଘ ପକ୍ଷରୁ ଆରତୀ କାରଖାନା ଓ ଶ୍ରୀ ସିମେଣ୍ଟ କାରଖାନା ସମ୍ମୁଖରେ ଆୟୋଜିତ ଶ୍ରମିକ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ଉପସ୍ଥିତ ଶ୍ରମିକନେତାମାନେ ମତପ୍ରକାଶ କରିଥିଲେ। ଶ୍ରମିକନେତା ସନ୍ତୋଷ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଶ୍ରମିକ ଦିବସରେ ରବୀନ୍ଦ୍ର ବରାଳ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ସମିତିସଭ୍ୟ ପ୍ରଣବାନନ୍ଦ ପ୍ରଧାନ, ସନ୍ତୋଷ ପ୍ରଧାନ, ସୁଦାମ ଚରଣ ସାହୁ, ଅମିତ କୁମାର ବରାଳ, ଆଲୋକ ବସ୍ତିଆଙ୍କ ସହିତ ଉଭୟ କାରଖାନାର ଶ୍ରମିକ ଓ କର୍ମଚାରୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। କୋଭିଡ ନିୟମକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

- Advertisement -

ଶ୍ରମିକଙ୍କ ଶ୍ରମ ଦେଶ ପାଇଁ ବଳିଷ୍ଠ ସଂପଦ। ବହୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ କରିଥାନ୍ତି ଶ୍ରମିକ। ସେମାନଙ୍କ ସୁରକ୍ଷା ,ଦାନାପାଣିର କଥା ଓ କଲ୍ୟାଣର କଥାକୁ ବୁଝିବା କାରଖାନା କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ହୋଇଥିବା ବେଳେ ଏକ ଜନକଲ୍ୟାଣକାରୀ ସରକାରଙ୍କ ମଧ୍ୟ ମହନୀୟ ଭୂମିକା ରହିଛି।ଆମ ରାଜ୍ୟ ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ସେମାନଙ୍କ ସୁରକ୍ଷା ଦିଗରେ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅନନ୍ତପୁର ଠାରେ ଅବସ୍ଥାପିତ ଟାଟାଷ୍ଟିଲ ଆଣ୍ଡ ମାଇନ୍ସ ଓ ଭୂବନେଶ୍ୱର ପାୱାରପ୍ଲାଣ୍ଟ କାରଖାନା ସମ୍ମୁଖରେ ଆନ୍ତର୍ଜାତିକ ଶ୍ରମିକ ଦିବସରେ ପତାକା ଉତ୍ତୋଳନ କରି ଯୁବନେତା ବଟକିଶୋର ସେଠୀ ଉପରୋକ୍ତ ମତପ୍ରକାଶ କରିଥିଲେ। ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ଲକ୍ଷ୍ମୀପ୍ରିୟା ବେହେରା, ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ହିନ୍ଦ ମଜଦୁର ସଂଘର କର୍ମକର୍ତ୍ତା ,ଶ୍ରମିକ କର୍ମଚାରୀ ସଂଗଠନ ଆଗଧାଡିର ବ୍ୟକ୍ତିତ୍ୱ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories