www.samajalive.in
Sunday, December 14, 2025
16.1 C
Bhubaneswar

ସାଉଦିଆରବରେ ଫସି ରହିଛନ୍ତି ୧୪ ଓଡିଆ ଶ୍ରମିକ; ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଖଲ୍ଳିକୋଟ ଅଂଚଳର ୧୪ ଜଣ ଶ୍ରମିକ ଦଲାଲ ମାଧ୍ୟମରେ ସାଉଦିଆରବ ଯାଇଥିଲେ । ଆଶାଥିଲା ପ୍ରତିଶ୍ରୁତି ପ୍ରକାରେ ଦରମା ପାଇବେ ଆଉ ଘରର ଆର୍ଥିକ ଦୂରାବସ୍ଥା ସ୍ୱଚ୍ଛଳ ହେବ । ହେଲେ ସେମାନଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ସେମାନେ କାମ କରୁଥିବା ଘରୋଇ କମ୍ପାନୀରେ ସେମାନଙ୍କୁ ୧୨ ଘଂଟା କାମ କରିବାକୁ ପଡ଼ୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଉ ନାହିଁ । ଏହା ସହ ସେଠାରେ ସେମାନଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କମ୍ପାନୀରେ ଫସିଥିବା ଏହି ଶ୍ରମିକମାନେ ଏକ ଭିଡ଼ିଓ ମାଧ୍ୟମରେ ସେମାନଙ୍କ ସମସ୍ୟା ସଂପର୍କରେ ଜଣାଇବା ସହ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ,ବୈଦେଶିକ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ।

- Advertisement -

ଏହି ବିଷୟରେ ଖବର ପାଇବା ପରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପରିବାରବର୍ଗ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେଠାରେ ଫସିଥିବା ଶ୍ରମିକ ମାନେ ହେଲେ ବାନାକଲିଡ଼ି ଗ୍ରାମର ସୁନୀଲ ପ୍ରଧାନ,କୈରାଶୀ ଗ୍ରାମର ସତ୍ୟ ନାରାୟଣ ବରଡ଼,ନୂତନ ଗୁରୁଣ୍ଠି ଗ୍ରାମର ପ୍ରଭାତ କୁମାର ବାରିକ,ବିକ୍ରମପୁର ଗ୍ରାମର ଟୁଙ୍ଗୁରୁ ପାହାନ,ତୋଟାଗାଁର ଜିତେନ୍ଦ୍ର ପରିଡ଼ା,ନୂଆଫାସୁଳା ଗ୍ରାମର ସନ୍ତୋଷ ମଲ୍ଲିକ,ନୂତନ ବ୍ର୍ରହ୍ମପୁର ଗ୍ରାମର ସୁଶାନ୍ତ କୁମାର ପାଣ୍ଡି, ବିରିଗୁଡ଼ା ଗ୍ରାମର ଭୀକାରୀ ପ୍ରଧାନ,ସୁନାପଲ୍ଲୀ ଗ୍ରାମର ବସନ୍ତ ପୃଷ୍ଟି, ଗୁଣସାଗର ଗ୍ରାମର ବନମାଳୀ ଜେନା,ବିକ୍ରମପୁର ଗ୍ରାମର ସୁଶାନ୍ତ କୁମାର ପାହାନ,ସାନଓସ୍ତାପଡ଼ା ଗ୍ରାମର ପ୍ରଶାନ୍ତ କୁମାର ନାହାକ,ଅରଖପୁର ଗ୍ରାମର ଅରୁଣ ଗୌଡ଼ ଓ କନ୍ଦିଗାଁ ଗ୍ରାମର ପ୍ରକାଶ ପ୍ରଧାନ । ଏସଂପର୍କରେ ଖଲ୍ଲିକୋଟ ବିଧାୟକଙ୍କୁ  ଯୋଗଯୋଗ କରିବାରୁ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସେହି ଏକା ପ୍ରତିଶ୍ରୁତି ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories