www.samajalive.in
Thursday, December 11, 2025
16.1 C
Bhubaneswar

ରିଲାଏନ୍ସ ଶିଳ୍ପର ଲାଭ ଦୁଇ ଗୁଣରୁ ଅଧିକ

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଶିଳ୍ପର ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୟମାସରେ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪ ହଜାର ୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି।ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା ଉନ୍ନତି ଆଧାରରେ କଂପାନି ଏହି ବିଶେଷ ସଫଳତା ପାଇଛି। ଗତବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ କଂପାନିର ନିଟ୍ ଲାଭ ୬୩୪୮ କୋଟି ଟଙ୍କା ଥିଲା। ସେହିଭଳି ଏହି ତ୍ରୟମାସରେ କଂପାନିର ମୋଟ ଆୟ ୧ କୋଟି ୭୨ ହଜାର ୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ଅବଧିରେ କମ୍ପାନୀର ଆୟ ୧ କୋଟି ୫୧ ହଜାର ୪୬୧ କୋଟି ଟଙ୍କା ରହିଥିଲା। କୋଭିଡ୍‌-୧୯ ମହାମାରୀ ସତ୍ୱେ ରିଲାଏନ୍ସ ଇଣ୍ଡ୍‌ଷ୍ଟ୍ରିଜ୍ ଲିମିଟେଡ୍ ବର୍ଷକ ମଧ୍ୟରେ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିବା ରିଲାଏନ୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (୨୦୨୧ର ଜାନୁଆରି-ମାର୍ଚ୍ଚ) ରେ ଜିଓ ପ୍ଲାଟଫର୍ମସର୍ ନିଟ୍ ଲାଭ ପୂର୍ବବର୍ଷର ଏହି ତ୍ରୟମାସ ତୁଳନାରେ ୪୭.୫% ବୃଦ୍ଧି ପାଇ ୩୫୦୮ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ କଂପାନିର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୮,୨୭୮ କୋଟି ଟଙ୍କା ହୋଇଛି। କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୪୨.୬୨ କୋଟିରେ ପହଂଚିଛି। କୋଭିଡ୍ ମହାମାରୀର ଆହ୍ୱାନ ସତ୍ୱେ ଜିଓ ପ୍ଲାଟଫର୍ମସ୍‌ର ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ୭୫,୫୦୩ କୋଟି ଟଙ୍କା ଓ ଇବିଆଇଟିଡିଏ ୩୨,୩୫୯ କୋଟି ଟଙ୍କା ହୋଇଛି। ଜିଓ ପ୍ଲାଟ୍‌ଫର୍ମସର ୨୦୨୦-୨୧ ଆର୍ଥିକ ବର୍ଷରେ ନିଟ୍ ଲାଭ ୧୨,୫୩୭ କୋଟି ଟଙ୍କା ରହିଛି।

- Advertisement -

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, ଜିଓ ପାଖରେ ବ୍ୟାପକ ଯୋଗଯୋଗରେ ରହୁଥିବା ୪୨୬ ନିୟୁତ ଗ୍ରାହକ ସଂଖ୍ୟା ରହିଛି ଓ ଏହା କେବଳ ନିଜ ପାଖରେ ଥିବା ଗ୍ରାହକ ନୁହନ୍ତି ବରଂ ସାରା ଦେଶରେ ଥିବା ସମସ୍ତ ବ୍ୟକ୍ତି, ଘର ପରିବାର ଓ ସଂସ୍ଥାଗୁଡ଼ିକ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ। ବିଗତ କିଛି ବର୍ଷ ଭିତରେ ଏହି ପଥ ସୃଷ୍ଟିକାରୀ ସହଯୋଗିତା ସହ ଜିଓ ଭାରତକୁ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛି।

ସେ କହିଛନ୍ତି ଯେ, “କୋଭିଡ୍ ଦେଶ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ଓ ନିରବଚ୍ଛିନ୍ନ ଗ୍ରାହକ ସେବା ନିଶ୍ଚିତ କରିବା ଲାଗି ସବୁ ପ୍ରକାର ସମସ୍ୟାର ସମାଧାନ କରିବା ଲାଗି ଜିଓର ଟିମ୍ କ୍ଷେତ୍ର ସ୍ଥଳରେ ରହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories