www.samajalive.in
Monday, December 8, 2025
14.1 C
Bhubaneswar

ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଦିନ ହେଲାଣି ଚୁପ ବସିଛି ମାହାଙ୍ଗା ପୁଲିସ

https://youtu.be/kSzXlArM7ko

ମାହାଙ୍ଗା/ଡେସ୍କ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ପୁଲିସର କାର୍ଯ୍ୟକଳାପ ଦିନକୁ ଦିନ ସନ୍ଦେହଜନକ ହୋଇପଡୁଥିବା ବେଳେ ମାମଲା ରଫାଦଫା କରିବାରେ ବ୍ୟସ୍ତ ମାହାଙ୍ଗା ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ କି ପଦକ୍ଷେପ ନେଉନାହିଁ। ଚଳିତ ମାସ ୨୫ ତାରିଖ ଅର୍ଥାତ ୫ ଦିନ ପୂର୍ବରୁ ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲେ ମଧ୍ୟ ଚୁପଚାପ ହାତ ବାନ୍ଧି ବସିଛି ମାହାଙ୍ଗା ପୁଲିସ। ତେବେ ନ୍ୟାୟ ନ ମିଳିଲେ ଗଣଦୁଷ୍କର୍ମର ଶିକାର ନାବାଳିକା ଓ ତାଙ୍କ ବଡ ଭଉଣୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

- Advertisement -

ସୂଚନା ଅନୁଯାୟୀ, ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗ୍ରାମରେ। ଘରେ କେହି ନଥିବା ବେଳେ ୪ରୁ ୫ ଜଣ ଅସାମାଜିକ ବ୍ୟକ୍ତି ଯେଉଁମାନଙ୍କ ବୟସ ପାଖାପାଖି ୪୦ରୁ ଉର୍ଦ୍ଧ୍ବ ହେବ, ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁରୁଷୋତ୍ତମପୁର ଗ୍ରାମର ୩୮ ବର୍ଷୀୟ ବିଧବା ପତ୍ନୀ ବବିତା ଦାସ ଓ ତାଙ୍କର ୪ ଝିଅ ଓ ଗୋଟିଏ ପୁଅକୁ ନେଇ ପରିବାର, ତେବେ ବଡ଼ ଭଉଣୀ ବାହାଘର ପରେ ତାଙ୍କ ଘରକୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଭରତପୁର ଗ୍ରାମର ୪୭ ବର୍ଷୀୟ ଗଣେଶ୍ୱର ଦଳାଇ ବାରମ୍ବାର ଘରକୁ ଆସୁଥିଲେ। ହେଲେ ଘରେ କେହି ନଥିବା ବେଳେ ବବିତାଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅକୁ ଦେଢ଼ ମାସ ହେବ ଗଣେଶ୍ୱର ଦଳେଇ ୪ରୁ ୫ ଥର ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଓ ଏ କଥା କାହାରିକୁ କହିଲେ ତତେ ମାରିଦେବି ବୋଲି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି। କେବଳ ସେହି ବ୍ୟକ୍ତି ନୁହେଁ ବରଂ ଆଉ ଜଣେ ବ୍ୟକ୍ତି ସମ୍ପୃକ୍ତ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଏପଟେ ନାବାଳିକାର ବଡ଼ ଭଉଣୀ ରଶ୍ମିତା ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମାହାଙ୍ଗା ଥାନାରେ ଏପ୍ରିଲ ୨୫ରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ତଦନ୍ତ କରି ନଥିବା ଏତଲାକାରୀ କହିଛନ୍ତି।

ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ନେଇ ଆଜି ଜାତୀୟ ମାନବାଧିକାର ସଂସ୍ଥାର କର୍ମୀ ମାହାଙ୍ଗା ଥାନାକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିବା ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ ଅତି ତରବରିଆ ଭାବେ ଜଣକୁ ଅଟକ ରଖିଛି। ଅଧିକାରୀମାନେ ଏ ସଂକ୍ରାନ୍ତରେ ବିଭିନ୍ନ ବ୍ରିଭାନ୍ତିକର ସୂଚନା ଦେବା ଚର୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ମାହାଙ୍ଗାରେ ନୃତାଙ୍ଗ ଅଂଚଳରେ ୨ ଜଣଙ୍କୁ ହତ୍ୟା ଓ ସେହି ଘଟଣାରେ ଜଣେ ସାକ୍ଷୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟଣାରେ ସେମିତି ଆଖିଦୃଶିଆ ଭାବେ ତଦନ୍ତ ଆଗେଇ ପାରିନଥିବା ବେଳେ ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ନାବାଳିକା ନିଖୋଜ ଘଟଣାରେ ଜଣେ ଯୁବକ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ନିର୍ଯ୍ୟାତନା ଯୋଗୁଁ ସମ୍ପୃକ୍ତ ଯୁବକ ରସିଦେଇ ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ଅଧିକାରୀ ମଧ୍ୟସ୍ଥି ସାଜି ଘଟଣା ରଫାଦଫା କରିବା ଓ ରାହାଣିଆ ଗ୍ରାମରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଟାଳଟୁଳ ନୀତି ଅବଲମ୍ବନ କରିବା ମାହାଙ୍ଗା ପୁଲିସର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories