www.samajalive.in
Saturday, December 13, 2025
26.1 C
Bhubaneswar

ଜେଲରୁ ଛାଡ ପାଇଲେ ଲାଲୁ ଯାଦବ ; ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେବେ

ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିଗ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି। ଲାଲୁ ପ୍ରସାଦ ଝାଡଖଣ୍ଡର ରାଞ୍ଚିସ୍ଥିତ ଡୁମକା ଟ୍ରେଜେରୀ ମାମଲାରେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ। ତେବେ ତାଙ୍କ ଶାରୀରିକ ଅସୁସ୍ଥତାର ଚିକିତ୍ସା ନିମନ୍ତେ ସେ ଆଉ କିଛିଦିନ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେବେ।
ୠାଲୁ ପ୍ରସାଦଙ୍କ ଓକିଲମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ପ୍ରତ୍ୟେକ ୧ ଲକ୍ଷ ଟଙ୍କାର ଦୁଇଟି ଅମାନତ ଜମା କରିବା ସହିତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଲାଲୁଙ୍କ ବିରୁଦ୍ଧରେ ଦାଏର କରାଯାଇଥିବା ଦୁଇଟି ମାମଲାରେ ପ୍ରତ୍ୟେକ ୫ ଲକ୍ଷ ଟଙ୍କାର ଦୁଇଟି ଜରିମାନା ଦାଖଲ କରିବା ପରେ ବିଚାରପତି ଏମ କେ ମିଶ୍ର ଲାଲୁଙ୍କୁ ଜେଲରୁ ଛାଡିବା ଆଦେଶ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଜେଲରେ ଥିବା ସମୟରେ ଲାଲୁ ପ୍ରସାଦଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଗତ ଜାନୁଆରୀ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେବେଠାରୁ ସେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories