www.samajalive.in
Sunday, December 7, 2025
15.1 C
Bhubaneswar

ସ୍ବାଗତଯୋଗ୍ୟ ପଦକ୍ଷେପ : ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ

ମାଡ୍ରାସ ଉଚ୍ଚ ନ୍ୟାୟାଳୟର ତୀବ୍ର ଭର୍ତ୍ସନା ଓ ସମାଲୋଚନା ପରେ ଭାରତର ନିର୍ବାଚନ ଆୟୋଗ ଆଗାମୀ ମେ ୨ରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳ ଘୋଷଣା ହେବାକୁ ଥିବାବେଳେ ସେଥିନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ସେଦିନ ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାକୁ ନିଷିଦ୍ଧ କରାଯାଇଛି ଏବଂ ରିଟର୍ଣ୍ଣିଂ ଅଧିକାରୀଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିବା ପାଇଁ ବିଜୟୀ ପ୍ରାର୍ଥୀ ଗଲାବେଳେ ତାଙ୍କ ସହ ଯାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଦୁଇଜଣରେ ସୀମିତ ରଖିବାକୁ ଆୟୋଗ କହିଛନ୍ତି। ଆଉ ମଧ୍ୟ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ କରିବାକୁ ହେଲେ ‘ଏଜେଣ୍ଟ୍‌’ମାନଙ୍କୁ କୋଭିଡ-୧୯ ମୁକ୍ତ ରହିଥିବା ଚିଠା ପ୍ରମାଣପତ୍ର କିମ୍ବା ସଂପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଦେଶରେ ଭୟଙ୍କର ଭାବେ ବ୍ୟାପିସାରିଥିବା କରୋନାର ଦ୍ବିତୀୟ ତରଙ୍ଗ ପରିପ୍ରେକ୍ଷୀରେ ଏହା ଯେ ଅତି ଗୁରୁତ୍ବପୂର୍ଣ୍ଣ, ତେଣୁ ସ୍ବାଗତଯୋଗ୍ୟ ପଦକ୍ଷେପ ତାହା ନିଃସନ୍ଦେହ। ଉଲ୍ଲେଖଯୋଗ୍ୟ, ନିକଟରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଚଳିତ ବିଧାନସଭା ନିର୍ବାଚନଗୁଡ଼ିକରେ ରାଜନୈତିକ ଦଳର ନିର୍ବାଚନ ଶୋଭାଯାତ୍ରାରେ କୋଭିଡ-୧୯ ମାର୍ଗଦର୍ଶିକାର ସଂପୂର୍ଣ୍ଣ ଉଲ୍ଲଙ୍ଘନ ନିମନ୍ତେ ନିର୍ବାଚନ ଆୟୋଗକୁ ଦାୟୀ କରି କହିଥିଲେ ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏହି ସାମ୍ବିଧାନିକ ସଂଗଠନ ‘ଏକାକୀ’ ଦାୟୀ। ଏପରି କି ଆୟୋଗ ‘ଦାୟିତ୍ବହୀନ’ ଏବଂ ଏହି ବିପର୍ଯ୍ୟୟ ପାଇଁ ଆୟୋଗର ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଦରକାର ବୋଲି ଅଦାଲତ କହିବାକୁ ପଛାଇ ନଥିଲେ। ଦେଶରେ କ୍ରମାଗତ ସଂକ୍ରମଣ ବୃଦ୍ଧି ପାଉଥିବା ସତ୍ତ୍ବେ ଦୀର୍ଘଦିନ ଧରି ପ୍ରଚାର ଶୋଭାଯାତ୍ରା ଚାଲିଥିବାରୁ ନ୍ୟାୟାଳୟ କହିଥିଲେ ଯେ ‘ଆୟୋଗ କ’ଣ ଅନ୍ୟ ଗ୍ରହରେ ଥିଲା’! ସେହିପରି ଏହା ପୂର୍ବରୁ କଲିକତା ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ନିର୍ବାଚନ ଆୟୋଗ କେବଳ ନିର୍ଦେଶାବଳୀ ଜାରି କରିବା ଓ ବୈଠକ ଆୟୋଜନ କରିବା ଭିତରେ ନିଜକୁ ସୀମାବଦ୍ଧ ନକରି ମହାମାରୀ ସମୟରେ ଅନୁଷ୍ଠିତ ନିର୍ବାଚନରେ ଯେପରି ସମସ୍ତ ନିର୍ଦେଶାବଳୀ ଓ ମାର୍ଗଦର୍ଶିକା କାର୍ଯ୍ୟକାରୀ ହୁଏ ତାହା ସୁନିଶ୍ଚିତ କରିବା ଆବଶ୍ୟକ।
କ୍ଷମତା ଲାଳସାରେ ମତ୍ତ ଗୋଟିଏ ବଡ଼ ଜାତୀୟ ରାଜନୈତିକ ଦଳ ଦୁଇ ଅଦାଲତର କଠୋର ଶବ୍ଦକୁ ସହଜରେ ହଜମ କରିପାରିନଥିବା ଦେଖାଯାଇଛି। ଏପରି କି ଆୟୋଗ ସପକ୍ଷରେ ଏହି ଦଳ ମତ ଦେଇଛି। ଶାସନରେ ଥିବା ଗୋଟିଏ ଦଳ ଯଦି ଅନ୍ୟାୟକୁ ବି ନ୍ୟାୟ କହିବାର ଦୁଷ୍ଟାଚରଣ କରେ, ତେବେ ବିପର୍ଯ୍ୟୟ ଘଟିବା ଆଦୌ ଅସ୍ବାଭାବିକ ନୁହେଁ। ସେ ଯାହାହେଉ, ବର୍ତ୍ତମାନ ନିର୍ବାଚନ ଆୟୋଗ ଦେଇଥିବା ନିର୍ଦେଶକୁ ରାଜନୈତିକ ଦଳଗୁଡ଼ିକ ପାଳନ କରିବା ଅନିବାର୍ଯ୍ୟ ହୋଇପଡ଼ିଛି। ଯେଉଁମାନେ ଏଥିରେ ଖୁଲାପ କରିବେ, ସେମାନଙ୍କ ବିରୋଧରେ ଆୟୋଗ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories