www.samajalive.in
Saturday, December 6, 2025
26.1 C
Bhubaneswar

ଇଦରେ ମୁକ୍ତିଲାଭ କରିବ ନାହିଁ ‘ସତ୍ୟମେବ ଜୟତେ ୨’

ମୁମ୍ବଇ: ଦେଶରେ କରୋନା ମହାମାରୀର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ ନାହିଁ ‘ସତ୍ୟମେବ ଜୟତେ’। ମେ ମାସରେ ପଡୁଥିବା ଇଦ୍‍ ଅବସରରେ ମିଲାପ ଝାଭେରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଥିଲା। କିନ୍ତୁ ତାହାକୁ ଘୁଞ୍ଚାଇ ଦିଆଯାଇଛି। ସେହି ସମୟରେ ସଲମନ ଖାନ୍‍ଙ୍କ ‘ରାଧେ’ ମଧ୍ୟ ଆସିବାର ରହିଛି। ‘ସତ୍ୟମେବ ଜୟତେ ୨’ରେ ଜନ୍‍ ଆବ୍ରାହାମ ଅଭିନୟ କରିଛନ୍ତି। ଏହାର ମୁକ୍ତିଲାଭକୁ ଘୁଞ୍ଚାଇ ଦିଆଯାଇଥିବାବେଳେ ‘ରାଧେ’ ମୁକ୍ତିଲାଭ କରିବା କିନ୍ତୁ ସ୍ପଷ୍ଟ ହୋଇସାରିଛି। ଦେଶରେ କାର୍ଯ୍ୟକ୍ଷମ ଥିବା ପ୍ରେକ୍ଷାଳୟଗୁଡିକରେ ‘ରାଧେ’ ପ୍ରଦର୍ଶିତ ହେବ ଏବଂ ସେହିଦିନ ଏହାକୁ ଓଟିଟି ଏବଂ ପେ-ପର୍‍-ଭିୟୁ ପ୍ଲାଟଫର୍ମରେ ପ୍ରିମିୟର କରାଯିବ। ‘ସତ୍ୟମେବ ଜୟତେ ୨’ ଟିମ୍‍ ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ପୃଷ୍ଠପୋଷକ ଏବଂ ଦେଶବାସୀଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories