www.samajalive.in
Saturday, December 13, 2025
26.1 C
Bhubaneswar

ହସ୍ପିଟାଲରୁ ବାହାରିବା ପରଦିନ କାର୍ଯ୍ୟରେ ଯୋଗଦେଲେ ବିଚାରପତି, ଚାଲିଗଲା ଜୀବନ

ନୂଆଦିଲ୍ଲୀ: କମରାନ୍‌ ଖାନ। ବୟସ ୩୨ ବର୍ଷ। ପେସାରେ ସେ ଥିଲେ ଜଣେ ବିଚାରପତି। ତେବେ ତାଙ୍କର ସାହସିକତା, ତ୍ଵରିତ ନିଷ୍ପତ୍ତି ନେବାର ଦକ୍ଷତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା। କିନ୍ତୁ କରୋନାର ୨ୟ ତରଙ୍ଗରେ ଚାଲିଯାଇଛି ଏହି ଯୁବ ବିଚାରପତିଙ୍କ ଜୀବନ। ମୃତ୍ୟୁ ପୂର୍ବରୁ ବି ସେ ତାଙ୍କ କର୍ତ୍ତବ୍ୟ ପ୍ରତି ବେଶ୍‌ ଉତ୍ସର୍ଗୀକୃତ ଥିଲେ, ଯେଉଁଥିପାଇଁ ବୋଧହୁଏ ଆଜି ତାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଲା।

ଘଟଣାଟି ହେଉଛି ନୂଆଦିଲ୍ଲୀର। ଦ୍ବାରକା ଜିଲା ଅଦାଲତରେ କମରାନ ମାଜିଷ୍ଟ୍ରେଟ୍‌ ଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ୧୫ ତାରିଖରେ ସେ ହସ୍ପିଟାଲରୁ ବାହାରିଥିଲେ। ତାଙ୍କ ପାଇଁ ବିଶ୍ରାମ ଜରୁରୀ ଥିଲା। କିନ୍ତୁ କର୍ତ୍ତବ୍ୟନିଷ୍ଠ କମ୍‌ରାନ ହସ୍ପିଟାଲରୁ ବାହାରିବା ପରଦିନ ଭିଡିଓ କନଫରେନ୍ସ ଜରିଆରେ କୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ। ଏକ ମାମଲାର ଶୁଣାଣି କରି ସେ ଜଣେ ଅଭିଯୁକ୍ତକୁ ଜାମିନ ଦେଇଥିଲେ। କିନ୍ତୁ ଶୁଣାଣି ସରୁ ସରୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଦିଲ୍ଲୀର ବିମାହ୍‌ନ୍ସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

- Advertisement -

କମରାନ କେବଳ ଜଣେ ମାଜିଷ୍ଟ୍ରେଟ ନ ଥିଲେ, ସେ ଜଣେ ଦକ୍ଷ କ୍ରିକେଟର ମଧ୍ୟ ଥିଲେ। ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ କରିବା ପରେ କୁରୁକ୍ଷେତ୍ର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଦିଲ୍ଲୀରେ ୨ୟ ବିଚାରପତି ଭାବେ କମରାନ କରୋନାରେ ପ୍ରାଣ ହରାଇଛନ୍ତି। ପୂର୍ବରୁ ଗତ ୨୦ ତାରିଖରେ ଦିଲ୍ଲୀ ପରିବାର ଅଦାଲତର ୪୭ ବର୍ଷୀୟ ବିଚାରପତି କୋଭାଇ ବେଣୁଗୋପାଳ କରୋନାରେ ଆକ୍ରାନ୍ତ ହୋଇ ଲୋକନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ପ୍ରାଣ ହରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories