www.samajalive.in
Thursday, December 11, 2025
18.1 C
Bhubaneswar

ପିଏମ କେୟାର୍ସ ପାଣ୍ଠିରେ କିଣାଯିବ ୧ ଲକ୍ଷ ଅମ୍ଳଜାନ କନସେନଟ୍ରେଟର

ନୂଆଦିଲ୍ଲୀ : ସହଜରେ ପରିବହନ ଯୋଗ୍ୟ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର କିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି । କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବହାର କରାଯାଉଥିବା ତରଳ ଅମ୍ଳଜାନ ଆବଶ୍ୟକତା ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି । ଏହି ଅକ୍ସିଜେନ କନସେନଟ୍ରେଟର ସବୁକୁ ଯଥାଶୀଘ୍ର ଅମ୍ଳଜାନ ଅଧିକ ମାତ୍ରାରେ ଆବଶ୍ୟକ ପଡୁଥିବା ରାଜ୍ୟଗୁଡିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ପିଏମ କେୟାର୍ସ ପାଣ୍ଠି ବିନିଯୋଗରେ ୭୧୩ଟି ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଛି । ଏହା ବ୍ୟତୀତ ୫ଶହଟି ନୂଆ ପିଏସ୍‌ଏ ପ୍ଲାଣ୍ଟ ପାଇଁ ମଧ୍ୟ ଏହି ପାଣ୍ଠିରୁ ଅର୍ଥମଞ୍ଜୁର କରାଯାଇଛି ।

- Advertisement -

ପିଏସ୍‌ଏ ପ୍ଲାଣ୍ଟ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦ୍ୱିତୀୟ ଶ୍ରେଣୀର ସହରଗୁଡିକରେ ଥିବା ଚିକିତ୍ସାଳୟକୁ ତରଳ ଅମ୍ଳଜାନ ଯୋଗାଇବ। ଡିଆରଡିଓ ଏବଂ ସିଏସଆଇଆରର ସ୍ୱଦେଶୀ ବୈଷୟିକ କୌଶଳ ପ୍ରୟୋଗ କରି ସ୍ୱଦେଶୀ ନିର୍ମିାଣକାରୀଙ୍କ ଦ୍ୱାରା ଏହି ପିଏସ୍‌ଏ ପ୍ଲାଣ୍ଟ ନିର୍ମାଣ କରାଯିବ ।

ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ସହଜରେ ପରିବହନ ଯୋଗ୍ୟ କନସେନଟ୍ରେଟରର ଅଧିକ ପରିମାଣରେ ଆବଶ୍ୟକ ହେଉଥିବା ସ୍ଥାନଗୁଡିକରେ ଅମ୍ଳଜାନ ପହଞ୍ଚାଇ ପାରିବ। ପ୍ଲାଣ୍ଟଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଅକ୍ସିଜେନ ପହଂଚାଇବା କ୍ଷେତ୍ରରେ ଏହା ସହାୟକ ହେବ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories