www.samajalive.in
Thursday, December 11, 2025
16.1 C
Bhubaneswar

କାଲିଠୁ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ଵର: ରାଜ୍ୟର ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲଗୁଡ଼ିକରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ଏ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଡିପିସିଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି।

ନାମଲେଖା କାର୍ଯ୍ୟ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ଚିଠିରେ ଅତିରିକ୍ତ ସଚିବ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଏକ ସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ବୋଲି ଚିଠିରେ କୁହାଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ନାମଲେଖା ସମୟରେ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ମଧ୍ୟ ଚିଠିରେ ନିର୍ଦେଶ ଦିଆଯାଇଛି। ତେବେ ନାମଲେଖା ସମ୍ପର୍କରେ ‘ଶିକ୍ଷା ସଂଯୋଗ’ ହ୍ବାଟ୍ସଆପ୍‌ ଗ୍ରୁପ ଜରିଆରେ ଅଭିଭାବକମାନଙ୍କୁ ସୂଚନା ଦେବା ଳାଗି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories