www.samajalive.in
Friday, December 12, 2025
16.1 C
Bhubaneswar

ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଦୁଇ ବର୍ଷର ପ୍ରଣଭି

କଟକ : ଦୁଇ ବର୍ଷର ଶିଶୁ ପୂର୍ବି ପ୍ରଣଭି ମହାରଣା ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ (ଆଇ.ବି.ଆର)ରେ ନିଜ ନାମ ସ୍ଥାନିତ କରିଛନ୍ତି। ପୂର୍ବିଙ୍କ ପ୍ରଖର ସ୍ମରଣଶକ୍ତିର ପ୍ରତିଭାକୁ ଦେଖି ଆଇ.ବି.ଆର ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ପୂର୍ବି ହେଉଛନ୍ତି ମର୍କତନଗର ସେକ୍ଟର-୧୧ରେ ରହୁଥିବା ପ୍ରିୟବ୍ରତ ମହାରଣା ଓ ସୁମିତ୍ରା ସାହୁଙ୍କ ଏକମାତ୍ର କନ୍ୟା। ୨୦୧୮ ଡିସେମ୍ବର ୨୮ରେ ଜନ୍ମିତ ପୂର୍ବି ମାତ୍ର ୭ ମାସରୁ କଥା କହିବା ଆରମ୍ଭ କରିଥିଲେ। ବର୍ଷେ ପୂରଣ ହେବା ପୂର୍ବରୁ ସେ ସ୍ପଷ୍ଟ କଥା କହିବା ସହିତ ବିଭିନ୍ନ ପନିପରିବାଠାରୁ ଆରମ୍ଭ କରି ଚିତ୍ର, ରଙ୍ଗ, ପଶୁପକ୍ଷୀଙ୍କ ନାମ ଅତି ସହଜରେ ମନେ ରଖୁଥିଲେ। ପୂର୍ବିଙ୍କ ପ୍ରଖର ସ୍ମରଣଶକ୍ତିକୁ ଦେଖି ତାଙ୍କ ମା’ ପୂର୍ବିଙ୍କୁ ବିଭିନ୍ନ ବିଷୟରେ ଅଧିକ ଶିଖାଇବାକୁ ଆଗଭର ହେଲେ। ଏହାପରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ସଂକ୍ରାନ୍ତରେ ଜାଣିବା ପରେ ଝିଅର ଏହି ପ୍ରତିଭା ବିଷୟରେ ସୂଚନା ଦେଇଥିଲେ। ଝିଅର ପ୍ରତିଭା ସଂକ୍ରାନ୍ତୀୟ ବିଭିନ୍ନ ଚିତ୍ର (ଭିଡିଓ) ଆଇ.ବି.ଆରକୁ ପଠାଇଥିଲେ। ଏଥିରେ ପୂର୍ବି ଗାଇଥିବା ଜାତୀୟ ସଂଗୀତ ସହିତ ସେ କହିପାରୁଥିବା ଜାତୀୟ ସଙ୍କେତ, ସପ୍ତାହର ୭ଟି ଦିନ, ୫ଟି ଇଂରାଜୀ କବିତା, ପଶୁ ଓ ପକ୍ଷୀଙ୍କ ନାମ, ଗଣନ ସଂଖ୍ୟା, ପନିପରିବା ଓ ଫଳର ନାମ, ଯାନବାହନ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାମ ଇତ୍ୟାଦି ରହିଥିଲା। ଏହାକୁ ସମୀକ୍ଷା କରିବା ପରେ ପୂର୍ବିଙ୍କ ନାମ ଆଇ.ବି.ଆର ପକ୍ଷରୁ ମନୋନୀତ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories