www.samajalive.in
Wednesday, December 10, 2025
16.1 C
Bhubaneswar

ଭୁବନେଶ୍ବର ପୁଣି ଉତ୍ତପ୍ତ ସହର

-୪୦ ଡିଗ୍ରୀ ଉପରେ ୧୭ ସହର, -ସତର୍କ ରହିବାକୁ ଜିଲାପାଳଙ୍କୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲାକୁ ପାଣିପାଗ ବିଭାଗ ହାଲୁକା ସଚେତନ (ୟେଲୋ ୱାର୍ଣ୍ଣିଂ) ଜାରି କରିଛି। ନୟାଗଡ଼, କଟକ ଏବଂ ଖୋର୍ଦ୍ଧା ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସଚେତନ ଜାରି କରାଯାଇଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ୧୭ ସହରରେ ପାରଦ ୪୦ ଡିଗ୍ରୀ ଟପିଛି। ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ପୁଣି ରବିବାର ଭୁବନେଶ୍ବର ପରିଗଣିତ ହୋଇଛି। ତେବେ ଆଗକୁ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବ। ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ଏବଂ ୪୮ ଘଣ୍ଟା ମଧ୍ୟରେ ଉପକୂଳର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓ ଊପକୂଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି।
ସଚେତନ ଜାରି କରାଯାଇଥିବା ଜିଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ସମୟରେ ଶିଶୁ, ବୟସ୍କ ଓ ରୋଗୀଙ୍କୁ ମଧ୍ୟାହ୍ନ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ବାହାରୁ ଥିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସୋମବାର ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଏବଂ ମୟୂରଭଞ୍ଜ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫, ଟିଟିଲାଗଡ ୪୨, ବାରିପଦା ୪୨.୪, ବାଲେଶ୍ବର ୪୦.୯, କଟକ ୪୦.୮, ଅନୁଗୋଳ ୪୦.୯, ଝାରସୁଗୁଡା ୪୧.୮ ସମ୍ବଲପୁର ୪୧.୫, ସୁନ୍ଦରଗଡ ୪୧, ହୀରାକୁଦ ୪୦.୩, ତାଳଚେର ୪୧.୧, ଭବାନୀପାଟଣା ୪୦.୬, ବଲାଙ୍ଗୀର ୪୧.୨, ମାଲକାନଗିରି ୪୦, ସୋନପୁର ୪୧ ଏବଂ ନୟାଗଡରେ ୪୧.୫ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆରସି)ଙ୍କ ପକ୍ଷରୁ ଉପରୋକ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଆସନ୍ତାକାଲି ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ବହିବାର ସମ୍ଭାବନା କମ ଥିବାରୁ ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିପାରେ। ମଙ୍ଗଳବାର ତାପମାତ୍ରା ୪୦ ଡିଗ୍ରୀକୁ ଖସି ଆସିବ। ବୁଧବାର ୩୮ ଡିଗ୍ରୀ ତଳକୁ ହ୍ରାସ ପରବର୍ତ୍ତୀ ୪ଦିନ ଅପରିବର୍ତ୍ତିତ ରହିବ। ୨୯ରୁ ଉପକୂଳରେ ତାପମାତ୍ରା କମିବାକୁ ଥିବାବେଳେ ପଶ୍ଚିମରେ ୪୨ ଡିଗ୍ରୀ ପାର ହୋଇଯିବ। ଏପ୍ରିଲ ୩୦ରୁ ରାଜ୍ୟରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ମେ ୩ ଓ ୪ରେ ଉପକୂଳର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories