www.samajalive.in
Tuesday, December 9, 2025
17.1 C
Bhubaneswar

ଦର୍ଶନ ବନ୍ଦ ; ମିଳିବ ମହାପ୍ରସାଦ

ପୁରୀ : ଶ୍ରୀମନ୍ଦିରରେ ସୋମବାରଠାରୁ ବନ୍ଦ ରହିବ ଠାକୁରଙ୍କ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ପାଇଁ କେବଳ ସେବକ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବଳବତ୍ତର ରହିବ ଏଭଳି କଟକଣା। ତେବେ ଏହି ସମୟରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ। ସୁଆର ମହାସୁଆର ସେବକଙ୍କୁ ବରାଦ ଦେଇ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ମଗାଇ ପାରିବେ। କେତେକ ସୁଆର ସେବକ ମନ୍ଦିର ବାହାରେ ଆଗ୍ରହୀ ବ୍ୟକ୍ତିଙ୍କୁ ମହାପ୍ରସାଦ ଯୋଗାଇବା ସମ୍ଭାବନା ରହିଛି। ମହାପ୍ରସାଦ କିଣିବା ପାଇଁ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଉତ୍ତରଦ୍ବାର ଏବଂ ଦକ୍ଷିଣଦ୍ବାର ସମ୍ମୁଖରେ ଲୋକଙ୍କଠାରୁ ମହାପ୍ରସାଦ ବରାଦ ନିଆଯାଇ ଚିରୁକୁଟି ଦିଆଯିବ। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରୀମନ୍ଦିର ଆନନ୍ଦ ବଜାରରୁ ମହାପ୍ରସାଦ ଅଣାଯାଇ ମନ୍ଦିର ବାହାରେ ଯୋଗାଇ ଦିଆଯିବ। ସୋମବାରଠାରୁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦଯୋଗୁଁ ମହାପ୍ରସାଦ ପ୍ରସ୍ତୁତି ପରିମାଣ ହ୍ରାସ ପାଇବା ସମ୍ଭାବନା ରହିଛି। ଯେକୌଣସି ବ୍ୟକ୍ତି ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ନେବାପାଇଁ ପୂର୍ବରୁ ସୁଆର ସେବକଙ୍କୁ ବରାଦ ଦେଲେ ଏଥିରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଥିଲେ ମଧ୍ୟ ମହାପ୍ରସାଦ ପ୍ରସ୍ତୁତି କିମ୍ବା ବିକ୍ରି ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories