www.samajalive.in
Monday, December 8, 2025
17.1 C
Bhubaneswar

ସରକାରୀ ଅନୁଷ୍ଠାନରେ ଦିଆଯିବ ମାଗଣା ଟିକା

ଭୁବନେଶ୍ବର: ରାଜ୍ୟରେ ମେ’ ପହିଲାରୁ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକାକରଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆବଶ୍ୟକ ସଂଖ୍ୟକ ଟିକା କିଣିବା ପାଇଁ ସରକାରଙ୍କ ପକ୍ଷରୁ ଟିକା ଉତ୍ପାଦନକାରୀ ଦୁଇ ସଂସ୍ଥା ମୁଖ୍ୟଙ୍କୁ ପତ୍ର ଲେଖାଯାଇଛି। ଏନେଇ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲି. ଅଧ୍ୟକ୍ଷ ଏସ୍. ପୁନାୱାଲ୍ ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଅଧ୍ୟକ୍ଷ କେ. ଏମ୍. ଇଲ୍ଲାଙ୍କୁ ପୃଥକ ଭାବେ ପତ୍ର ଲେଖି ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି।
ଶ୍ରୀ ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି ଯେ, ଭାରତ ସରକାରଙ୍କ ଘୋଷଣା ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ଆସନ୍ତା ମେ’ ପହିଲାରୁ ୧୮ବର୍ଷରୁ ୪୪ବର୍ଷ ପର୍ଯ୍ୟନ୍ତ ନାଗରିକଙ୍କୁ ଟିକାକରଣ କରାଯିବାକୁ ରହିଛି। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାପାଇଁ ଆଗଭର ହୋଇଛନ୍ତି। ଯାହାଦ୍ବାରା ରାଜ୍ୟର ଅଧିକାଂଶ ଭାଗ ଲୋକ ଟିକା ନେଇ ଉପକୃତ ହୋଇ ପାରିବେ। ଏହାକୁ ଦୃ‌ଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କ ଟିକାକରଣ ଲାଗି ୩ କୋଟି ୭୭ଲକ୍ଷ କୋଭିସିଲଡ ପାନ ଟିକାର ଆବଶ୍ୟକତା ରହିଛି। ସେହିପରି ୧୦ଲକ୍ଷ ୩୪ହଜାର କୋଭାକ୍ସିନ୍ ପାନ ଟିକାର ଆବଶ୍ୟକ ଅଛି। ଉଭୟ ସଂସ୍ଥାର ସ୍ଥିରୀକୃତ ଦର ଅନୁଯାୟୀ ଓଡ଼ିଶା ସରକାର ଉକ୍ତ ଟିକା ସଂଗ୍ରହ କରିବାକୁ ଇଚ୍ଛୁକ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଔଷଧ ନିଗମ ଟିକା ସଂଗ୍ରହ କରିପାରିବ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଟିକା ପଠାଇବାକୁ କେତେ ଦେୟ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ତାହା ପୃଥକ ଭାବେ ଜଣାଇବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।
ଏହି ଅବସରରେ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ଅଧିକ କେନ୍ଦ୍ର ବଢ଼ାଯିବ। ସରକାରୀ ଟିକାକରଣ କେନ୍ଦ୍ରରେ ହିଁ ମାଗଣା ଟିକା ଦିଆଯିବ। ଯେଉଁମାନେ ଘରୋଇ ଡାକ୍ତରଖାନାରେ ଟିକା ନେବାକୁ ଚାହିଁବେ ସେମାନେ ଟିକା ଉତ୍ପାଦନକାରୀ ସଂସ୍ଥା ପକ୍ଷରୁ ଧାର୍ଯ୍ୟ ଅର୍ଥ ଦେବାକୁ ପଡ଼ିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories