www.samajalive.in
Saturday, December 13, 2025
26.1 C
Bhubaneswar

ପହରା ଦେଉଛନ୍ତି ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ

ବଲାଙ୍ଗିର: ସପ୍ତାହର ଶନିବାର ଓ ରବିବାର ସମ୍ପୁର୍ଣ୍ଣ ବନ୍ଦ ଥିବା ବେଳେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର। ଶ୍ରୀ କୁଶଲକର ନିଜେ ତାଙ୍କ ଟିମ ସହ ବିଭିନ୍ନ ଛକରେ ଅଟକି ରହିବା ସହ ଯାଞ୍ଚ କରୁଛନ୍ତି। ଲୋକେ ବିଭିନ୍ନ ବାହାନା ନେଇ ଘରୁ ପଦାକୁ ବାହାରୁ ଥିବା ବେଳେ କଡା କଡି ଯାଞ୍ଚ କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି। କାର୍ଯ୍ୟରେ ଥିବା ପୁଲିସ୍‍ ବାବୁମାନେ ଆରକ୍ଷୀ ଅଧୀକ୍ଷକଙ୍କ ଆସିବା ଦେଖି ତତ୍ପରତା ପ୍ରକାଶ କରିବା ସହ ହେଲମେଟ ମଧ୍ୟ ଯାଞ୍ଚ କରୁଥିବାର ପରିଲକ୍ଷିତ ହୋଇଛି।

ତୁଣ୍ଡି ପିନ୍ଧି ନଥିବା ଲୋକେ ତଣ୍ଡ ଗଣୁଥିବା ବେଳେ ସେମାନଙ୍କୁ ତୁଣ୍ଡି ଦେଇ କିଛି ପୁଲିସ୍‍ ବାବୁ ସଚେତନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ନିଜେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର ଲୋକେ ପିନ୍ଧିଥିବା ପରିଚୟ ପତ୍ର ଅସଲି ନା ନକଲି ତାହା ଯାଞ୍ଚ କରିବା ଆଲୋଚନାର ବିଷୟ ହୋଇଛି। ନିଜକୁ ସାମ୍ବାଦିକ ପରିଚୟ ଦେଇ ଅନେକ ନକଲି ସାମ୍ବାଦିକ ବୁଲୁଥିବା ବେଳେ ଏବେ ଆରକ୍ଷୀ ଅଧୀକ୍ଷକଙ୍କ ଏହି ଯାଞ୍ଚ ସେମାନଙ୍କ ପାଇଁ କାଳ ସାଜିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories