www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବଲପୁର ରାଜଘାଟରେ କୋଭିଡ ଶବ ଦାହ ପାଇଁ ଲାଗୁଛି ୭ ହଜାର ଟଙ୍କା

ସମ୍ବଲପୁର: ସରକାର କୋଭିଡ ସଂକ୍ରମିତ ରୋଗୀଙ୍କ ଶବକୁ ମାଗଣାରେ ଦାହ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ସମ୍ବଲପୁରରେ ଏହି ନିୟମକୁ ଖୋଦ ପ୍ରଶାସନ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାର ପରିଲକ୍ଷିତ ହେଉଛି। ସରକାର ଜାରି କରିଥିବା ନିର୍ଦେଶାବଳୀକୁ ସମ୍ବଲପୁର ଜିଲା ଓ ମହାନଗର ନିଗମ ପ୍ରଶାସନ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ କେହି ନାହାନ୍ତି। ଏଭଳି ଏକ ମାମଲାରେ ସ୍ଥାନୀୟ ଗମ୍ଭାରୀକଟା ଗ୍ରାମର ନିବାସୀ ଲଳିତ କୁମାର ବଢ଼େଇଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଅସୁସ୍ଥ ହେବାରୁ ତାଙ୍କୁ ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ପୁଷ୍ପାଞ୍ଜଳୀ(୪୯)ଙ୍କ ଗତ ୨୨ ତାରିଖ ସକାଳ ୫ଟା ୫୦ରେ ମୃତ୍ୟୁ ଘଟିଥିଲା। ଏଣୁ ସରକାରୀ ନିୟମାନୁଯାୟୀ ତାଙ୍କର ମୃତଦେହକୁ ବୁର୍ଲାରୁ ସ୍ଥାନୀୟ ସମ୍ବଲପୁର ସ୍ଥିତ ରାଜଘାଟକୁ ଦାହ ସଂସ୍କାର ପାଇଁ ଅଣାଯାଇଥିଲା। ତେବେ ଶବ ଦାହ କରିବା ପାଇଁ ରାଜଘାଟ ଠାରେ କର୍ମଚାରୀମାନେ ୭ ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ତେବେ ଶୋକାକୁଳ ପରିବାର ସରକାରଙ୍କ ଘୋଷଣା ସର୍ମ୍ପକରେ ସେମାନଙ୍କୁ ଅବଗତ କରାଇବା ସହିତ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ଶବ ଦାହ କରାଯାଇ ପାରିବ ନାହିଁ ବୋଲି କର୍ମଚାରୀମାନେ ରୋକଠୋକ ଶୁଣାଇ ଦେଇଥିଲେ। ଏଣୁ ବାଧ୍ୟ ହୋଇ ପରିବାର ଲୋକେ ବହୁ କଷ୍ଟରେ ୭ ହଜାର ଟଙ୍କା ଯୋଗାଡ କରି ପ୍ରଦାନ କରିବା ପରେ ଶବ ଦାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ଦେଇଥିବା ଟଙ୍କାର ରସିଦ ପରିବାରବର୍ଗ ମାଗିଥିଲେ ସୁଦ୍ଧା ତାର କୌଣସି ରସିଦ ପ୍ରଦାନ କରାଯାଉ ନାହିଁ ବୋଲି ଉପସ୍ଥିତ କର୍ମଚାରୀ କହିଥିବାର ଅଭିଯୋଗ ମୃତ ପୁଷ୍ପାଞ୍ଜଳୀଙ୍କ ସ୍ୱାମୀ ଲଳିତ ବଢ଼େଇ ଅଭିଯୋଗ କରିଛନ୍ତି।

 

- Advertisement -

ଏ ସର୍ମ୍ପକରେ ପରିବାରବର୍ଗ ନିଗମ ଅଧିକାରୀଙ୍କୁ ଫୋନ କରିବାରୁ ଏଭଳି କୌଣସି ନିୟମ ନ ଥିବାର କହି କଥାକୁ ଏଡାଇ ଯାଇଥିବା ବେଳେ ରାଜଘାଟରେ କିନ୍ତୁ ଟଙ୍କା ନେବା ପରେ ଯାଇ ଶବ ଦାହ ହୋଇଥିବାର ମୃତକଙ୍କ ସ୍ୱାମୀ ଲଳିତ କହିଛନ୍ତି। ବର୍ତ୍ତମାନ ସମ୍ବଲପୁରରେ ଅନେକ କରୋନା ସଂକ୍ରମିତ ରୋଗୀ ମୃତ୍ୟୁବରଣ କରୁଥିବା ବେଳେ ସମସ୍ତଙ୍କ ପକ୍ଷରେ ୭ ହଜାର ଲେଖାଏଁ ଦେଇ ଦାହ ସଂସ୍କାର କରାଯିବା ସମ୍ଭବପର ନୁହେଁ। ଗୋଟିଏ ପଟରେ ସରକାର ମାଗଣାରେ କୋଭିଡ ସଂକ୍ରମିତଙ୍କ ଶବ ଦାହ କରାଯିବାର ଘୋଷଣା କରିଥିବା ବେଳେ କିନ୍ତୁ ତାହା ସମ୍ବଲପୁରରେ କାର୍ଯ୍ୟକାରି ନ ହେବା ଏବଂ ଦାୟିତ୍ୱବାନ ଅଧିକାରୀ ମାନେ ମୌନବ୍ରତ ଧାରଣ କରିବା ଘଟଣାକୁ ନେଇ ଦୁର୍ନିତୀର ଗନ୍ଧ ହେଉଥିବାର ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ଶୋକାକୁଳ ଓ ଅସହାୟ ସ୍ଥିତିରେ ରହିଥିବା ମୃତକଙ୍କ ପରିବାରବର୍ଗଙ୍କ ଠାରୁ ଟଙ୍କା ଆଦାୟ କରି ରସିଦ ନ ଦେବା ଘଟଣାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ସାଧାରଣରେ ଜନତା ନାପସନ୍ଦ କରୁଛନ୍ତି। ଏ ସର୍ମ୍ପକରେ ନିଗମର କାର୍ଯ୍ୟକାରୀ ଅଧିକାରୀ ଫୋନ ନ ଉଠାଇବାରୁ ଆଧିକାରିକ ପ୍ରତିକ୍ରିୟା ଜଣାପଡି ନାହିଁ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories