www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗାରେ କରୋନା ସ୍ଥିତି ଗମ୍ଭୀର: ଜଣଙ୍କର ମୃତ୍ୟୁ, ୬ ନୂଆ ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଦିନକୁ ଦିନ କରୋନାସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ବ୍ଲକରେ ପ୍ରଥମଥର ପାଇଁ କରୋନାରେ ଜଣେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ଅନ୍ୟପଟେ ଗତ ୨୪ଘଣ୍ଟା ମଧ୍ୟରେ ହରଭଙ୍ଗା ବ୍ଲକର ସରସରା, ବାମଣ୍ଡା, ବାଣୀଭୁଷଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହରଭଙ୍ଗା ପଞ୍ଚାୟତରୁ ସର୍ବାଧିକ ୩ଜଣ ଭଳି ମୋଟ ୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ବିଶେଷକରି ହରଭଙ୍ଗା ଗ୍ରାମରୁ ଦିନକୁ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି।

 

- Advertisement -

ହରଭଙ୍ଗା ଅଞ୍ଚଳରୁ ପ୍ରତିଦିନ ନୂଆ କରୋନା ସଂକ୍ରମିତ ଚିହ୍ନଟ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନା ଭୟରେ ଆଜି ସ୍ୱତଃପୂର୍ତଭାବେ ଦୋକାନ ବଜାର ବନ୍ଦଥିବାବେଳେ ଘରେ ଘରେ ତାଟିକବାଟ ପଡିଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅଧିକ ସ୍ୱାବ୍ ପରୀକ୍ଷା ସହିତ ଥର୍ମାଲସ୍କ୍ରିନଂ କରାଯିବାକୁ ଦାବି ହେଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories