www.samajalive.in
Saturday, December 6, 2025
23.1 C
Bhubaneswar

ସ୍ଥିତି ଦୁଃସ୍ଥିତି ବଳୟ ମଧରେ ଶ୍ରୀ ଭରତପତି ମହାବିଦ୍ୟାଳୟ

ପାତ୍ରପୁର: ପାତ୍ରପୁର ବ୍ଲକର ସାମନ୍ତିଆ ପଲ୍ଲୀଠାରେ ଥିବା ଭରତପତି ମହାବିଦ୍ୟାଳୟ ସ୍ଥିତି ଦୁଃସ୍ଥିତି ଦେଇ ଗତିକରୁଛି। ପାତ୍ରପୁର ଅଞ୍ଚଳରୁ ଅନ୍ୟ ସ୍ଥାନକୁ ଯାତାୟତର ଭଲ ସୁବିଧା ନଥିଲା। ରାସ୍ତାରେ ନଦୀ ନାଳ ପାର ସହ ଖରାପ ରାସ୍ତା ରହିଥିଲା। ଯାହା ଫଳରେ ଅଞ୍ଚଳର ମେଧାବୀ ଗରିବ, ଆଦିବାସୀ, ଦଳିତ ତଥା ପଛୁଆ ବର୍ଗର ପିଲାମାନେ କଲେଜ ପିଣ୍ଡା ମାଡ଼ି ପାରୁ ନ ଥିଲେ। ଯାହାକୁ ନେଇ ଚିକିଟିର ପୂର୍ବତନ ବିଧାୟକ ସ୍ବର୍ଗତ ଜଗନ୍ନାଥ ପତିଙ୍କ ସହିତ ବହୁ ବ୍ୟକ୍ତିଙ୍କ ଉଦ୍ୟମ ଫଳରେ ୧୯୭୯ ମସିହାରେ ଏହି ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା। ଫଳରେ ଅଂଚଳର ବହୁ ପିଲା ଉଚ୍ଚ ଶିକ୍ଷା ପାରିଥିଲେ। ଏ ମଧ୍ୟରେ କଲେଜ ପ୍ରତିଷ୍ଠାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ବହୁ ଆବଶ୍ୟକତା ପୂରଣ ହୋଇପାରିନାହିଁ।

ଏହି ମହାବିଦ୍ୟାଳୟରେ ପ୍ରଥମେ +୨ରେ ବିଜ୍ଞାନ ଏବଂ କଳା ଖୋଲାଯାଇଥିଲା।ଏହା ପରେ +୩ରେ ବିଜ୍ଞାନ ଏବଂ କଳାରେ ଅନର୍ସ ଖୋଲାଯାଇଛି। +୨ କଳାରେ ୨୫୬ଜଣ ଏବଂ ବିଜ୍ଞାନରେ ୧୨୮ଗୋଟି ସିଟ୍‌ ରହିଛି। କଳାରେ ସମସ୍ତ ପିଲା ନାମ ଲେଖାଇଥିବା ବେଳେ ବିଜ୍ଞାନରେ ପ୍ରଥମ ବର୍ଷରେ ୭୭, ଦ୍ୱିତୀୟ ବର୍ଷରେ ୮୨ପିଲା ପାଠ ପଢୁଛନ୍ତି। ସେହିପରି +୩ କଳାରେ ଅନର୍ସ ପାଇଁ ଇତିହାସ, ରାଜନୀତି ବିଜ୍ଞାନ, ସାହିତ୍ୟ ଏବଂ ଅର୍ଥଶାସ୍ତ୍ର ପ୍ରତି ବିଭ।ଗରେ ୩୨ ଗୋଟି ସିଟ ରହିଛି। ବିଜ୍ଞାନରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନରେ ୧୬ଗୋଟି ସିଟ୍ ରହିଛି। ଏଠାରେ ପିଲାଙ୍କ ପାଠପଢା ପାଇଁ ଥିବା ବହୁ ଅଧ୍ୟାପକ ପଦବୀ ପୁରଣ ହୋଇ ପାରିନାହିଁ। ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ୨୦୦୮ ମସିହାଠାରୁ ଖାଲି ପଡ଼ିଛି। ରସାୟନ ବଜ୍ଞାନରେ ଜଣେ ଅଧ୍ୟାପକ ପଦବୀ କାର୍ଯ୍ୟ ତୁଲାଉଥିବା ବେଳେ ଦଶ ବର୍ଷ ହେଲା ଗୋଟିଏ ପଦବୀ ଖାଲି ପଡ଼ିଛି।

- Advertisement -

ସେହିପରି ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ବିଭାଗରେ ଜଣେ ଲେଖାଏଁ ଅଧ୍ୟାପକରେ ପାଠପଢା ଚାଲିଥିବା ବେଳେ ଅନ୍ୟ ଜଣେ ଲେଖାଏଁ ଅଧ୍ୟାପକ ପଦବୀ ଆବଶ୍ୟକ ଅଛି। ମାତ୍ର ତାହା ଖାଲି ପଡ଼ିଛି। ଅର୍ଥଶାସ୍ତ୍ର, ରାଜନୀତି ବିଜ୍ଞାନ, ଇତିହାସରେ ଜଣେ ଲେଖାଏଁ ଅଧ୍ୟାପକ ଥିବାବେଳେ ଏବେ ପ୍ରତି ବିଭଗରେ ଜଣେ ଲେଖାଏଁ ଆବ୍ୟଶକ ରହିଛି। ଓଡ଼ିଆରେ ଚାରିଜଣ ଅଧ୍ୟାପକ ଆବଶ୍ୟକ ଥିବା ବେଳେ ଦୁଇ ଜଣ ଅଛନ୍ତି। ଏବେ କମିଟି ତରଫରୁ ଓଡ଼ିଆରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏଠି ଥିବା ଆଠ ଜଣ ପିଅନ ସହିତ ଡେମନଷ୍ଟ୍ରେଟର ପଦବୀ ଅବସର ପରେ ଖାଲି ଥିବା ବେଳେ କମିଟି ତରଫରୁ ୫ଜଣ ପାଞ୍ଚବର୍ଷ ହେଲା ନିଯୁକ୍ତି ଦିଆଯାଇଛି। +୩ପିଲାଙ୍କ ଅନ୍ତ ଶ୍ରେଣୀ ପାଇଁ ଅବ୍ୟଶକ ଶ୍ରେଣୀ ଗୃହ ନାହିଁ। ୩୦ବର୍ଷ ପୂର୍ବେ ମହାବିଦ୍ୟାଳୟ ଆରମ୍ଭ ବେଳେ ନିର୍ମାଣ ହୋଇଥିବା କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି।ଆଦିବାସୀ ଛାତ୍ରୀଙ୍କ ହଷ୍ଟେଲ ପାଇଁ ୟୁଜିସି ତରଫରୁ୨୦୧୦ ମସିହାରେ ୫୦ ଲକ୍ଷ ମଞ୍ଜୁରୀ ହୋଇ କାର୍ଯ୍ୟ ଆରମ୍ଭ ହୋଇନଥିଲା। ପରେ ୨୦୧୬ ମସିହାରେ ଚିଠି ଲେଖିବା ପରେ ଏହି ଟଙ୍କାରେ ୨୦୨୦ ନିର୍ମାଣ ସାରିଥିଲେ ହୋଇଥିବା ତେବେ କୋଠାନିର୍ମାଣର ଅଧେ ଅର୍ଥ ୨୫ ଲକ୍ଷ ଟଙ୍କା ଆଜି ପର୍ଯ୍ୟନ୍ତ ମିଳି ନ ଥିବା ଅଭିଯୋଗ ହେଉଛି। ସରକାର ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ଭରତପତି ମହାବିଦ୍ୟାଳୟର ଏହି ସବୁ ଆବଶ୍ୟକତାକୁ ଦୃଷ୍ଟି ଦେଇ କାର୍ଯ୍ୟ କଲେ ପିଲାଙ୍କ ପାଠପଢାରେ ଉନ୍ନତି ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories