www.samajalive.in
Saturday, December 6, 2025
19.1 C
Bhubaneswar

ଯୁଦ୍ଧକାଳୀନ ଭିତ୍ତିରେ ଦେଶରେ ସ୍ଥାପନ ହେବ ୫୫୧ଟି ଅମ୍ଳଜାନ ଉତ୍ପାଦନ କେନ୍ଦ୍ର

ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଉପଲବ୍ଧତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ବିଭିନ୍ନ ନିର୍ଦ୍ଧାରିତ ହସ୍ପିଟାଲଗୁଡିକରେ ୫୫୧ଟି ପିଏସଏ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ପିଏମ କେୟାର୍ସରୁ ପାଣ୍ଠି ଆବଣ୍ଟନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ଲାଣ୍ଟଗୁଡିକ ଯଥାଶୀଘ୍ର ସ୍ଥାପନ ଶହ କାର୍ଯ୍ୟକ୍ଷମ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟଗୁଡିକ ଜିଲ୍ଲା ସ୍ତରରେ ଅମ୍ଳଜାନ ଉପଲବ୍ଧତା ପାଇଁ ଏକ ପ୍ରମୁଖ ସହାୟକ ହେବ।


ଏହି ଉତ୍ସର୍ଗୀକୃତ ପ୍ଲାଣ୍ଟଗୁଡିକ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଥିବା ଜିଲ୍ଲା ମୁଖ୍ୟାଳୟରେ ଚିହ୍ନିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତିଷ୍ଠା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କରାଯିବ। ପୂର୍ବରୁ ପିଏମ କେୟାର୍ସ ଅଧୀନରେ ୧୬୨ଟି ଉତ୍ସର୍ଗୀକୃତ ପିଏସଏ ମେଡିକାଲ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୧.୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା।

- Advertisement -


ଜିଲ୍ଲା ମୁଖ୍ୟାଳୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପଛରେ ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଏହି ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଉତ୍ପାଦନ ସୁବିଧା ଥିବା ସୁନିଶ୍ଚିତ କରିବା। ଏହିପରି ଏଅମ୍ଳଜାନ ଉତ୍ପାଦନ ସୁବିଧା ଡାକ୍ତରଖାନା ଏବଂ ଜିଲ୍ଲାର ଡାକ୍ତରୀ ଅମ୍ଳଜାନ ଆବଶ୍ୟକତାକୁ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ଦିଗରେ ସମାଧାନ କରିବ। ଏହା ସହିତ ତରଳ ମେଡିକାଲ୍ ଅମ୍ଳଜାନ ଏକ ଟପ୍ ଅପ୍ ଭାବରେ କାର୍ଯ୍ୟ କରିବ।ଜିଲ୍ଲାର ସରକାରୀ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଯୋଗାଣରେ ଆକସ୍ମିକ ବ୍ୟାଘାତର ସମ୍ମୁଖୀନ ନହେବାକୁ ତଥା କୋଭିଡ ରୋଗୀ ତଥା ଏହିପରି ସହାୟତା ଆବଶ୍ୟକ କରୁଥିବା ଅନ୍ୟ ରୋଗୀଙ୍କୁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଇ ପାରିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories