www.samajalive.in
Saturday, December 6, 2025
26.1 C
Bhubaneswar

କେଶ ଝଡିବା ଦୂର ସହ ଅନେକ ସମସ୍ୟାର ସମାଧାନ ଏହି ଟିପ୍ସ

ପାଞ୍ଚଟି ଖାଦ୍ୟ ଯାହାକୁ ଭୋଜନରେ ସାମିଲ କରିବା ଦ୍ବାରା ଆପଣ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ ।
ଅଣ୍ଡା: ଭିଟାମିନରେ ଭରପୁର ଅଣ୍ଡା କେଶର ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ ଲଗାନ୍ତୁ।
ପାଳଙ୍ଗ ଶାଗ: ଏଥିରେ ବହୁ ମାତ୍ରାରେ ଆଇରନ ଥାଏ । ଯାହା କେଶ ବିକାଶରେ ସହାୟକ ହୋଇଥାଏ । ଭୋଜନରେ ପାଳଙ୍ଗ ଶାଗ ନେବା ଅତ୍ୟନ୍ତ ଜରୁରୀ ଅଟେ ।
ସିମଲା ଲଙ୍କା: ଲାଲ, ହଳଦୀଆ ଓ ସବୁଜ ରଙ୍ଗର ସିମଲା ଲଙ୍କାରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଏହା ମଧ୍ୟ କେଶ ମଜଭୁତ କରିବାରେ ସହାୟକ ହୋଇଥାଏ । ଶରୀରରେ ଭିଟାମିନ ସି କମ୍ ହେବା ଫଳରେ କେଶ ଶୁଷ୍କ ହୋଇଥାଏ । ଫଳରେ ବହୁ ପରିମାଣରେ କେଶ ଝଡିଥାଏ ।
ମସୁର ଡାଲି: ଟୋଫୁ, ସୋୟାବୀନ, ଷ୍ଟାର୍ଚ୍ଚୟକ୍ତ ବିନ୍‍ସ ଏବଂ ମଟରରେ ଆୟରନ ଓ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଏହି ସବୁ ଖାଦ୍ୟ କେଶ ବିକାଶରେ ଅତ୍ୟନ୍ତ ଜରୁରୀ ଅଟେ ।
କନ୍ଦମୂଳ: କନ୍ଦମୂଳରେ ଭିଟାମିନ୍‍ ଓ ବିଟା କ୍ୟାରୋଟିନ ଭରପୁର ଥିବା ବେଳେ କେଶ ପାଇଁ ଏହା ଲାଭଦାୟକ ହୋଇଥାଏ । ଗାଜର ଓ ଲାଉରେ ମଧ୍ୟ ଏହି ତାଲିକା ଅନ୍ତଭୁକ୍ତ ।
ଗରମର ପ୍ରଭାବରୁ ମୁକ୍ତି ପାଇବାକୁ ମେହେନ୍ଦୀ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ
୧- କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ଖରାର ପ୍ରଭାବରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ରୂପି, କେଶରେ ମୂଳ କୁଣ୍ଡାଇ ହେବା ସମସ୍ୟା, କେଶ ଝଡ଼ିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ଯୋଗାଇଥାଏ। କେଶର ଚମକ ବୃଦ୍ଧି କରିଥାଏ।
୨- ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ
– ରାତିରେ ଦହି ଓ ମେହେନ୍ଦୀକୁ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଲଗାଇ କେଶରେ ଲଗାଇ ୪୦ ମିନିଟରୁ ଅଧିକ ସମୟ ରଖି ଧୋଇ ଦିଅନ୍ତୁ।
– ଦହି ବ୍ୟତୀତ ମେହେନ୍ଦୀରେ ଚା’ପତି ପାଣି, ଲେମ୍ବୁ ରସ, ଅଁଳା ଗୁଣ୍ଡ, ମଧ୍ୟ ପକାଇ ପାରିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories