www.samajalive.in
Sunday, December 14, 2025
18.1 C
Bhubaneswar

ସମାଜସେବୀ ମନୋଜ ପଟ୍ଟନାୟକଙ୍କ ଦାବୀ, ସୁଯୋଗ ଦେଲେ ସଂକ୍ରମିତଙ୍କ ସେବା କରିବୁ

ନର୍ଲା: ନର୍ଲାରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ଆଜି କରୋନା ସଂକ୍ରମଣର ଭୟାବହତା ଆଖିରେ ଦେଖାଯାଉଛି। ସରକାର, ଜିଲ୍ଲା ପ୍ରଶାସନ ଓ ଡାକ୍ତର, ନର୍ସ ପ୍ରମୁଖ ରୋଗୀଙ୍କୁ ବଞ୍ଚାଇବା ପାଇଁ ଓ ସଂକ୍ରମଣକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ତେବେ ସାଧାରଣ ଲୋକେ ସଂକ୍ରମଣ ପ୍ରତି ଭୟଭୀତ ହୋଇସାରିଲେଣି। ସରକାରଙ୍କ କୋଭିଡ ନିୟମାନୁଯାୟୀ ଅନ୍ୟକୁ ଯେପରି ସଂକ୍ରମଣ ନ ହେଉ ସେଥିପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସାକେନ୍ଦ୍ରକୁ ଯିବା ପାଇଁ ବାରଣ କରିଛନ୍ତି। ଏହା ସ୍ୱାଗତ ଯୋଗ୍ୟ। ହେଲେ ଏହି ପରିସ୍ଥିତିରେ ସରକାର, ଜିଲ୍ଲା ପ୍ରଶାସନ ତଥା ଡାକ୍ତରୀ ଟିମକୁ ଆମେ ଏକା ହେବାକୁ ଦେବୁ ନାହିଁ। ଜଣେ ସମାଜସେବୀ ଭାବରେ ଆମର ସାହସ ଅଛି ଯେ, ପ୍ରଶାସନ ଆମକୁ ସୁଯୋଗ ଦେଲେ ଆମେ ରୋଗୀଙ୍କ ପାଇଁ ଗରମ ପାଣି, କାଢା, ଜଳଖିଆ ଓ ଫଳମୂଳ ଯୋଗାଇବାର ସେବା କରିବୁ। ଡାକ୍ତରୀ ଦଳ ଚିକିତ୍ସାଳୟ ଭିତରେ ରୋଗୀଙ୍କ ଚିକିତ୍ସାରେ ରହିଲେ ଆମେ ନିଜକୁ ସୁରକ୍ଷିତ ରଖି ବାହାରେ ରୋଗୀର ଖାଦ୍ୟ ପାନୀୟ ପାଇଁ ସେବା କରିବୁ ବୋଲି ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ନିଜର ଦୃଢୋକ୍ତି ପ୍ରଦାନ କରି ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଆମେ ସ୍ୱଇଚ୍ଛାରେ କାମ କରିବୁ। କୌଣସି ପରିସ୍ଥିତି ପାଇଁ ଆମେ କାହାକୁ ଦାୟୀ କିମ୍ବା କିଛି ଦାବୀ କରିବୁ ନାହିଁ। ରୋଗୀଟିଏ ଆଜି ଭାବୁଛି ସେ ଏକା ବୋଲି। ତେଣୁ ରୋଗୀର ମାନସିକତାକୁ ଦୃଢ କରିବା ପାଇଁ ଆମେ ସମାଜସେବୀ ଦଳ ସେବାରେ ନିୟୋଜିତ ହେବୁ ବୋଲି ସେ ପ୍ରକାଶ କରିଛନ୍ତି। ଏହାକୁ ନେଇ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଚାର କରି ନର୍ଲାରେ ଏକ ଅସ୍ଥାୟୀ କୋଭିଡ୍‍ ଚିକିତ୍ସାକେନ୍ଦ୍ର ଖୋଲନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଯାହା ଫଳରେ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା, ରିଷିଡା, ମୋହନଗିରି ଆଦି ଉପାନ୍ତ ଅଞ୍ଚଳର ସଂକ୍ରମିତଙ୍କୁ ଏଠାରେ ରଖି ଚିକିତ୍ସା କରାଯାଇପାରିବ। ଏହି ଭୟାବହ ବେଳାରେ ଅନ୍ତତଃ ମୁଁ ପଛଘୁଞ୍ଚା ଦେବି ନାହିଁ ଓ ସୁଯୋଗ ପାଇଲେ ମୋର ଦଳ ସହ ମିଶି ପ୍ରଶାସନକୁ ସହଯୋଗ କରିବି ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories