www.samajalive.in
Monday, December 8, 2025
24.1 C
Bhubaneswar

ଅମ୍ଳଜାନ ଓ ତତ୍ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ତିନିମାସ ପାଇଁ ଛାଡ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ତିନିମାସ ପାଇଁ ଛାଡ କରିଛନ୍ତି । ଏଥିସହ ସ୍ୱାସ୍ଥ୍ୟ ସେସ୍ ଆଦାୟ ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହିସବୁ ଉପକରଣଗୁଡ଼ିକର କଷ୍ଟମ୍ କ୍ଲିୟରାନ୍ସ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ଆସନ୍ତା ତିନିମାସ ପାଇଁ କରୋନା ଟିକା ଆମଦାନୀ ଉପରେ ଆମଦାନୀ ଶୁଳ୍କ ଛାଡ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ସଂପ୍ରତି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଅମ୍ଳଜାନ ଅଭାବ ସବୁଠାରୁ ବଡ ଆହ୍ବାନ  ପାଲଟିଛି । ଅମ୍ଳଜାନର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅନେକ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କରୋନା ଟିକା ଆମଦାନୀ ଏବଂ ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଛାଡ କରାଯାଇଛି।

- Advertisement -

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶରେ ମେଡିକାଲ ଅମ୍ଳଜାନ ଯୋଗାଣ ବୃଦ୍ଧି ସହିତ ଡାକ୍ତରଖାନାରେ ରୋଗୀଙ୍କ ଯତ୍ନ ନେବା ପାଇଁ ଆବଶ୍ୟକ ଉପକରଣର ଜରୁରୀ ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅମ୍ଳଜାନ ଏବଂ ଚିକିତ୍ସା ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ  ସକ୍ରିୟତାର ସହ କାର୍ଯ୍ୟ କରିବାକୁ କହିଛନ୍ତି।

 ଆମଦାନୀ ହେବ ୧୦ ହଜାର ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର

କେନ୍ଦ୍ର ସରକାର ୧୦ ହଜାର ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଚାଲିଥିବା ଅମ୍ଳଜାନ ସଂଟର ମୁକାବିଲା ପାଇଁ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି । ସମ୍ଭବତଃ ଆସନ୍ତା ସପ୍ତାହରୁ ଏହା ଆମେରିକାରୁ ଭାରତରେ ପହଞ୍ଚିବ। ଏହି ଅମ୍ଳଜାନ ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଖୋଲା ଆକାଶରୁ ଅମ୍ଳଜାନ ପ୍ରସ୍ତୁତ କରେ। ଏହି ମେସିନ୍ ସିଧାସଳଖ ବାୟୁରୁ ପ୍ରତି ମିନିଟରେ ପାଞ୍ଚ ଲିଟର ମେଡିକାଲ ଅମ୍ଳଜାନ ଉତ୍ପାଦନ କରେ। ଏଥିପାଇଁ ଏକ ସିଲିଣ୍ଡରର ଆବଶ୍ୟକତା ନାହିଁ । ମେସିନରୁ ରୋଗୀ ନିରନ୍ତର ଅମ୍ଳଜାନ ପାଇଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories